ନୂଆଦିଲ୍ଲୀ,୩୧ା୩: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ଫେବୃଆରୀ ମାସର monthly drug alertରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ ୪୭ ଟି ଔଷଧର ସାମ୍ପଲର କ୍ୱାଲିଟୀ ଟେଷ୍ଟରେ ଫେଲ୍ ହୋଇଛି ଅର୍ଥାତ୍ ଏହା ଷ୍ଟାଣ୍ଡାର୍ଡ କ୍ୱାଲିଟୀ (ଏନଏସକ୍ୟୁ)ର ଅନୁରୂପ ହୋଇପାରି ନାହିଁ ।ଏହା ବ୍ୟତୀତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାଗୁଡ଼ିକ ୫୬ଟି ଔଷଧ ନମୁନାକୁ ଏନଏସକ୍ୟୁ ଭାବରେ ଚିହ୍ନଟ କରିଛନ୍ତି । ନିୟମିତ ନିୟାମକ ତଦାରଖ ଅନୁଯାୟୀ, ପ୍ରତି ମାସରେ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରଣ ପ୍ରାଧିକରଣ ପୋର୍ଟାଲରେ ଏନଏସକ୍ୟୁ ଔଷଧର ତାଲିକା ପ୍ରଦର୍ଶିତ ହୁଏ ।ଅଧିକାରୀମାନେ କହିଛନ୍ତି ଯେ ମେଡିସିନର ସାମ୍ପଲ ଏକ କିମ୍ବା ଅନ୍ୟ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହେବା ଆଧାରରେ ଔଷଧଗୁଡ଼ିକୁ ଏନଏସକ୍ୟୁ ଭାବରେ ଚିହ୍ନଟ କରାଯାଏ । ଜଣେ ଅଧିକାରୀ କହିଛନ୍ତି ଯେ ଏହି ବିଫଳତା ସରକାରୀ ପରୀକ୍ଷାଗାର ଦ୍ୱାରା ପରୀକ୍ଷିତ ଔଷଧ ଉତ୍ପାଦଗୁଡ଼ିକର ବ୍ୟାଚ୍ ପାଇଁ ନିର୍ଦ୍ଦିଷ୍ଟ ଏବଂ ବଜାରରେ ଉପଲବ୍ଧ ଅନ୍ୟ ଔଷଧ ଉତ୍ପାଦ ପାଇଁ କୌଣସି ଚିନ୍ତା ସୃଷ୍ଟି କରିନାହିଁ ।୧ ଏପ୍ରିଲରୁ ପେନ୍ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି-ଡାୟବେଟିକ୍ ଓ କ୍ୟାନ୍ସର ଭଳି ଜରୁରୀ ଔଷଧ ମହଙ୍ଗା ହେବାକୁ ଯାଉଛି । ସରକାର ଜାତୀୟ ଅତ୍ୟାବଶ୍ୟକୀୟ ଔଷଧ ତାଲିକା (ଏନଏଲଇଏମ) ରେ ଅନ୍ତର୍ଭୁକ୍ତ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି । ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (ଡିପିସିଓ) ୨୦୧୩ ର ବ୍ୟବସ୍ଥା ଅନୁଯାୟୀ, ନିର୍ମାତାମାନେ ଔଷଧର ମୂଲ୍ୟ ବୃଦ୍ଧି କରିପାରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |