ଦାନ୍ତେଓ୍ୱାଡାରେ ଏନକାଉଣ୍ଟର୍ , ମହିଳା ମାଓବାଦୀ ମୃତ

ମାଲକାନଗିରି ,୩୧।୦୩ : ଛତିଶଗଡ଼ରେ  ଏନ୍‌କାଉଣ୍ଟର । ଛତିଶଗଡ଼ ବିଜାପୁର ଓ ଦାନ୍ତେଓ୍ୱାଡ଼ା ସୀମାନ୍ତରେ ପୁଣି ଥରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସକାଳୁ ସକାଳୁ ବଡ଼ ଧରଣର ଏନକାଉଣ୍ଟର। ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର୍। ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ମୃତ। ଦାନ୍ତେଓ୍ୱାଡା ଓ ବିଜାପୁର ସୀମାରେ ଗୁଳିବିନିମୟ ଜାରି। ଇନସାସ୍ ରାଇଫଲ୍ ସମେତ ବିପୁଳ ମାରଣାସ୍ତ୍ର ଜବତ। ଏବେବି ଅନେକ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହ। ସୋମବାର ଦିନ ସକାଳୁ ସକାଳୁ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଦାନ୍ତେୱାଡା-ବିଜାପୁର ସୀମାରେ ଲାଲ ବିଦ୍ରୋହୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ବାହିନୀକୁ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସକାଳ ୯ଟାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।ଅଧିକାରୀମାନେ କହିଛନ୍ତି ଯେ ପୋଲିସ ମହିଳାଙ୍କଠାରୁ ଏକ ସ୍ୱୟଂଚାଳିତ INSAS ରାଇଫଲ ଜବତ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!