ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ନୂଆଦିଲ୍ଲୀ,୩୧।୩:ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ହରିୟାଣା ଜିନ୍ଦ-ସୋନିପତ ରୁଟରେ ଏହି ଟ୍ରେନ୍ ଚାଲିବ । ଏହି ଟ୍ରେନର ସର୍ବାଧିକ ଘଣ୍ଟାପ୍ରତି ବେଗ ୧୧୦ କିମି ରହିବ । ୨,୬୩୮ ଯାତ୍ରୀ କ୍ଷମତା ସହିତ ଏହି ଟ୍ରେନର ଡିଜାଇନ୍ କରାଯାଇଛି । ଏଥିରେ ରହିଛି ୧,୨୦୦ HP ଇଞ୍ଜିନ୍ । ଏହା ବିଶ୍ୱର ସର୍ବୋଚ୍ଚ କ୍ଷମତା ବିଶିଷ୍ଟ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ । ଏହି ହାଇଡ୍ରୋଜନେ ଟ୍ରେନ୍ କେବଳ ଜଳୀୟ ବାଷ୍ପ ନିର୍ଗତ କରେ, ଯାହା ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ । ଶବ୍ଦ ପ୍ରଦୂଷଣ ହ୍ରାସ କରିବା ସହିତ ପରିବେଶ ଅନୁକୂଳତା ବୃଦ୍ଧି କରିବ। ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଏହାର ସମାଧାନ ପାଇଁ ସମଗ୍ର ବିଶ୍ବ ଚେଷ୍ଟା ଜାରି ରଖିଛି ।ଏହାର ଏକ ଅଂଶ ଭାବରେ ଦେଶରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଏହି ହାଇଡ୍ରୋଜେନ ଟ୍ରେନ ଚଲାଇବାକୁ ଗୁରୁତ୍ବାରୋପ କରାଯାଉଛି । ଭାରତୀୟ ରେଲଓ୍ବେ ବିଭାଗର ନୂଆ ଭେଟି । ଦେଶରେ ଗଡିବ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଯାତ୍ରୀବାହୀ ହାଇଡ୍ରୋଜେନ ଦ୍ବାରା ପରିଚାଳିତ ଟ୍ରେନ (India First hydrogen passenger Train ) । ଜଳବାୟୁ ପରିବର୍ତ୍ତନ ଓ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇ ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ କରୁଥିବା ଡିଜେଲ ଇଞ୍ଜିନ ସ୍ଥାନରେ ଏହି ହାଇଡ୍ରୋଜେନ ଟ୍ରେନ ଯାତାୟତ କରିବ । ତେବେ ଦୈନିକ ଚଳାଚଳ କରୁଥିବା ଟ୍ରେନଠାରୁ ଏହା ସାମାନ୍ୟ ଛୋଟ ରହିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!