ନବରଙ୍ଗପୁର(ମିହିର ଶଙ୍କର ପାତ୍ର, ):-ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ସୋମବାର ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ୬୦୦ କି.ଗ୍ରା. ମହୁଲ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ଜଣ ଙ୍କ ଘରେ ମହୁଲ ରହିଥିବା ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରିଥିଲା | ଉକ୍ତ ଘରେ ବସ୍ତାରେ ମହୁଲ ରଖାଯାଇଥିଲା | ଉକ୍ତ ମହୁଲ ଜବତ କରି ଓଜନ କରିବାରୁ ୬୦୦ କିଗ୍ରା ବୋଲି ଜଣା ପଡିଥିଲା | ଜବତ ହୋଇଥିବା ମହୁଲ ସେହି ଗ୍ରାମର ଅରୁଣ କୁମାର ଗୁପ୍ତା ଙ୍କର ବୋଲି ଜଣାପଡିଥିଲା | ପରେ ଅବକାରୀ ବିଭାଗ ଜବତ ମହୁଲ ସହ ଅରୁଣ କୁମାର ଗୁପ୍ତା ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେଠାରେ ତାଙ୍କୁ ନୋଟିସ ଏଇ ଛାଡି ଦିଆଯାଇଥିଲା | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୩/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ସମୀର କୁମାର ସ୍ଵାଇଁ ଙ୍କ ସମେତ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ବିବେକା ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ଚଢାଉରେ ସାମିଲ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |