ଆଜିଠୁ ପୋଷଣଯୁକ୍ତ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,୧ା୪:  ଆଜିଠୁ ସ୍କୁଲରେ ପୋଷଣ ଯୁକ୍ତ ଲଡୁ ଦିଆଯିବ । ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।ଆଜିଠୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ପ୍ରତି ସପ୍ତାହରେ 3 ଦିନ ଲଡୁ ଖାଇବେ ଛାତ୍ରଛାତ୍ରୀ । ତେବେ ସରକାର ଛାତ୍ରଛାତ୍ରୀଙ୍କ ପୋଷଣକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।ଅଣ୍ଡାଠାରୁ ଆରମ୍ଭ ମାଣ୍ଡିଆ , ଗୁଡରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ   ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ମାଣ୍ଡିଆ ଲଡୁ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ ପ୍ରଦାନ କରାଯିବ । ଏହାସହିତ ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ । ଆଗରୁ 2ଟି ଅଣ୍ଡା ପ୍ରଦାନ କରାଯାଇଥିବା ବେଳେ ଏଣିକି 3ଟି ଅଣ୍ଡା ପ୍ରଦାନ କରାଯିବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!