ନବରଙ୍ଗପୁର( ମିହିର ଶଙ୍କର ପାତ୍ର):ପାପଡା ହାଣ୍ଡି ବ୍ଳକ ର ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଭଇରା ପୂଜାରୀ ଗୁଡ଼ା ;ସରକାରୀ ପ୍ରାଥମିକ ବିଦ୍ୟାଳୟ , ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ସରପଞ୍ଚ ଟଙ୍କଧର ମାଝୀ , ସମ୍ମାନୀୟ ଅତିଥି ଦୈତାରୀ ପୂଜାରୀ , ମୁଖ୍ୟ ବକ୍ତା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର , ସଭାପତି ଆସନ ପ୍ରଧାନ ଶିକ୍ଷକ ସୋମନାଥ ମାଝୀ ସହ ବିଦ୍ୟାଳୟ ପରିଚ଼ାଳନା କମିଟି ସଭ୍ୟ ବୃନ୍ଦ ଓ ପିଲାମାନଙ୍କ ପିତାମାତା ଯୋଗଦାନ କରିଥିଲେ ।ଆଜିର କାଯ୍ୟକ୍ରମ ବିଶେଷ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୁଦୁରାମ ମାଝୀ ,ପୂର୍ବତନ ସରପଞ୍ଚ ଡମ୍ବରୁ ମାଝୀ ଯୋଗଦାନ କରି ପିଲା ଓ ଶିକ୍ଷକ ଙ୍କୁ ରେ ଟି.ଏଲ. ଏମ ୱାର୍କ କାର୍ଯ୍ୟ,ବାର୍ଷିକ ଉତ୍ସବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରୁ ୩ ଟି ଲେଖାଏଁ ପିଲାଙ୍କୁ ଚ଼ୟନ କରାଯାଇ ଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।ଆମ ସଂସ୍କୃତିର ଖେଳନା ସମୁହ ପ୍ରଦର୍ଶନ ହୋଇଥିଲା।ପିଲା ମାନଙ୍କର ଆନନ୍ଦ ପାଇଁ ବିଭିନ୍ନ ପ୍ରକାର ମୁଖା ପିନ୍ଧି ଥିଲେ ସେ ପିଲା ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଲହରୀ ଦେଖାଯାଇଥିଲା ।ମୁଖ୍ୟବକ୍ତା ସି.ଆର. ସି.ସି. ବାବୁଲାଲ ବାର୍ଷିକ ଉତ୍ସବ ରେ ରାଷ୍ଟ୍ରପତି ଜୀବନର ଶିର୍ଷକ କାହାଣୀରେ ସଫଳତା କୁ ନେଇ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଇ ନିଆରା ପିଲାଟିଏ ହେବାକୁ ପ୍ରେରଣା ବାର୍ତ୍ତା ଦେଇଥିଲେ।ବାର ମାସରେ ତେର ପର୍ବ ଆମ ସଂସ୍କୃତି ପାଇଁ ଓ ଜୀବନ ପାଇଁ ନିରୋଗ ରହିବା ଓ ଧାର୍ମିକ ଜୀବନ ଯାପନ ଶୈଳୀ ବାବଦରେ ଆଲୋକ ପାତରେ ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା,ଝିଅ ମାନଂକ ଜହ୍ନିଉଷା, ଦଶହରା ରେ ଦୁର୍ଗା ପୂଜା, କାର୍ତ୍ତିକ ମାସରେ ତୁଳସୀ ବୃକ୍ଷ ପୂଜନ ଓ ଡଙ୍ଗା ଭସାଣ କାର୍ଯ୍ୟ ବାବଦରେ ଆଲୋକ ପାତ କରିଥିଲେ ।ସି.ଆର .ସି.ସି .ବାବୁଲାଲ ଆମ ସଂସ୍କୃତି ଓ ଆମ ପରମ୍ପରା ବାବଦରେ ଆଲୋକପାତ କରିଵା ସହ ବାର୍ଷିକ ଉତ୍ସବ ରେ ପିଲା ମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଛାତ୍ରଛାତ୍ରୀ,ପିତାମାତା ଓ ଅଭିଭାବକ ର ସହଯୋଗ ପାଇଁ ମତ ଦେଇଥିଲେ ।ପ୍ରଧାନ ଶିକ୍ଷକ ସୋମନାଥ ମାଝୀ ପିଲା ମାନଙ୍କର ସାମଗ୍ରିକ ବିକାଶମୁଖୀ ପାଇଁ ଏ ବର୍ଷ ଜଣେ ପିଲା ଏକଲବ୍ୟ ପରୀକ୍ଷାରେ ହଂସିକା ରାଣୀ ପୂଜାରୀ ଝିଅ ଅବସର ପ୍ତାପ୍ତ ଶିକ୍ଷକ କମଳ ଲୋଚ଼ନ ପୂଜାରୀଙ୍କ ନାତୁଣୀ ର ସଫଳତା ଶିକ୍ଷାଦାନ ରେ ଶିକ୍ଷକର କାର୍ଯ୍ୟକୁ ଗ୍ରାମବାସୀ ଭୂରୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ସୋମନାଥ ମାଝୀ ମଞ୍ଜ ପରିଚାଳନା କରିଥିଲେ।ପିତାମାତା ,ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି , ୱାର୍ଡ ମେମ୍ବର ଯୋଗଦାନ କରିଥିଲେ। ଶେଷ ରେ ପିଲା ମାନଙ୍କ ତରଫରୁ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିଲା । ସହକାରୀ ଶିକ୍ଷକ ଧନମଣି ରନ୍ଧାରୀ ସହଯୋଗ କରିଥିଲେ। ପାଇକ କତରା ପ୍ରାଥମିକ ବିଦ୍ୟାଳୟର ସମ୍ମାନିତ ଅତିଥି ଦୈତାରୀ ପୂଜାରୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା ରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |