ନବରଙ୍ଗପୁର( ମିହିର ଶଙ୍କର ପାତ୍ର):-ଆଜି ଡାବୁଗାଁ ବ୍ଲକ କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିନ କରାଗଲା। ସୂଚନା ପ୍ରକାରେ :-୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ୧ ଅର୍ଥାତ ଆଜିର ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଥାଏ।ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମହାପୁରୁଷ ମାନଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କୁ ନେଇ ଓଡ଼ିଶା ଗଠନ କରାଯାଇଥିଲା। ଏହି ଦିନକୁ ମାନେ ପକାଇବା ପାଇଁ ଆଜି ଉତ୍କଳ ଦିବସ ପାଳନ କରାଯାଏ। ଆଜି କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦିବସ ପାଳନ ସମୟରେ ଉପସ୍ଥିତ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବେହେରା, ବରିଷ୍ଠ ଶିକ୍ଷକ ବଲବ ନାରାୟଣ ପଣ୍ଡା ସହ ବିଦ୍ୟାଳୟ ସମସ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରି ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |