ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ମହୁକୁ କାୟାକଳ୍ପ ପୁରସ୍କାର

ଆଳି,୨ା୪: ଆଳି ବ୍ଲକ୍ ମହୁ ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମହୁକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତତରଫରୁ କାୟାକଳ୍ପ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଆଳି ସଦର ମହକୁମା ଠାରୁ ଉପାନ୍ତ ଅଞ୍ଚଳରେ ରହିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପୂର୍ବ ଆଳି ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏହି କାୟାକଳ୍ପ ଦ୍ବାରା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଚିକିତ୍ସା ସହିତ ଯୋଗ, ଆୟୁର୍ବେଦ ମାଧ୍ୟମରେ ଅନେକ ସୁଫଳ ପାଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ସ୍ବରୂପ ଶତପଥୀ, ଡା.ଚଣ୍ଡାଂଶୁ ଭୂଷଣ ସୂତାର, ଫାର୍ମାସିଷ୍ଟ ଅମୀୟ କୁମାର ମଲ୍ଲିକ, ସନ୍ଧ୍ୟାରାଣୀ ଲେଙ୍କା, ଅମରେଶ ଚନ୍ଦ୍ର ମହାଳିକ, ସଞ୍ଜୀବ କୁମାର ଶତପଥୀ, ସୁଶାନ୍ତ କୁମାର ଗୋଚ୍ଛାୟତ ପ୍ରମୁଖଙ୍କ ସହଯୋଗରେ ଏହି ସଫଳତା ମିଳିଛି। ଏହି ଖବର ଜଣାପଡ଼ିବା ପରେ ଏହି ପୁରସ୍କାରକୁ ନେଇ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ତଥା ଜିଲାପରିଷଦ ସଭ୍ୟ ଜୟରାମ ସାହୁ, ସରପଞ୍ଚ ମହେଶ୍ବର ତ୍ରିପାଠୀ, ସମାଜସେବୀ ରଶ୍ମୀରଞ୍ଜନ ପାତ୍ର ଏବଂ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ରାଜ୍ୟ ସରକାର ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ଏବଂ ବିଭିନ୍ନ ବର୍ଗର ସ୍ବଚ୍ଛତା, ମିଳୁଥିବା ଉପଲବ୍ଧି ବିଭିନ୍ନ ସେବା ଗୁଡ଼ିକର ସଠିକ୍‌ ଉପଯୋଗକୁ ମୂଲ୍ୟାଙ୍କନ କରି କାୟାକଳ୍ପ ମାଧ୍ୟମରେ ସରକାର ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ସବୁଜ ସୁନ୍ଦର ଏବଂ ରୋଗୀ ମାନଙ୍କ ମଧ୍ୟରେ ସୁସ୍ଥ ବାତାବରଣ ସୃଷ୍ଟି କରିବାର ମୂଳଲକ୍ଷ୍ୟ ରଖି ଏହି ପୁରସ୍କାର ପ୍ରଦାନ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!