ପକ୍ଷୀଙ୍କ ପାଇଁ ପାଣି ଯୁବ ସ୍ବେଚ୍ଛାସେବୀଙ୍କ ମହନୀୟ ସେବା

ଭୁବନେଶ୍ୱର,୨ା୪ :ଦିନକୁ ଦିନ ବଢ଼ିଲାଣି ଖରା। ନଈ ପୋଖରୀ ଶୁଖିଲାଣି। ପଶୁପକ୍ଷୀଙ୍କ ଠାରୁ ମଣିଷ ସମସ୍ତେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ପଶୁପକ୍ଷୀଙ୍କୁ ପାଣି ଯୋଗାଇବାକୁ ଅଣ୍ଟାଭିଡ଼ିଛନ୍ତି ଯୁବ ସ୍ବେଚ୍ଛାସେବୀ। ବିଭିନ୍ନ ପାର୍କ ଏବଂ ସହରରେ  ରହିଥିବା ବିଭିନ୍ନ ଗଛରେ ଲଗାଉଛନ୍ତି ପାଣି ସରା। ଏଥିରେ ପାଣି ଭର୍ତ୍ତି କରି ରଖୁଛନ୍ତି। ଖରାରେ ପାଣି ପିଇବାକୁ ସୁବିଧା ପାଇବେ ପକ୍ଷୀ।ୟୁଥ୍ ଫର୍ ସେବା ଅନୁଷ୍ଠାନ ପକ୍ଷରୁ ରବିବାର ଫରେଷ୍ଟ ପାର୍କ ଏବଂ ଗଙ୍ଗନଗରର ବିଭିନ୍ନ ସ୍ଥାନରେ ପକ୍ଷୀ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛି। ବିଶେଷକରି ଖରାଦିନେ ପକ୍ଷୀଙ୍କ ପାଇଁ ପାଣି ନିହାତି ଦରକାର ବୋଲି ସ୍ବେଚ୍ଛାସେବୀ ଶୁଭଙ୍କର ବେହେରା କହିଛନ୍ତି। ସେଥିପାଇଁ ପାଣିପାତ୍ରକୁ ଗଛରେ ବନ୍ଧା ଯାଉଛି। ପଶୁପକ୍ଷୀଙ୍କ ସଂରକ୍ଷଣ ବିଷୟରେ ସଚେତନତା କରାଯାଇଛି। କେବଳ ପକ୍ଷୀ ନୁହନ୍ତି। ପଶୁଙ୍କ ପାଇଁ ସମସ୍ତେ ଘର ଆଗରେ ପାଣି ରଖିବାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ୬୦ରୁ ଅଧିକ ଯୁବ ସ୍ବେଚ୍ଛାସେବୀ ଏକାଠି ହୋଇ ପକ୍ଷୀଙ୍କ ପାଇଁ ଦିନଟିଏ ବୋଲି କହିଛନ୍ତି। ୟୁଥ୍ ଫର୍ ସେବା ଅନୁଷ୍ଠାନର ସଞ୍ଚାଳକ ଜ୍ଞାନରଞ୍ଜନ ଦାଶ କହିଛନ୍ତି ଯେ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ଏବଂ ପରିବେଶଗତ ସନ୍ତୁଳନ ବଜାୟ ରଖିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!