ନୂଆଦିଲ୍ଲୀ ୦୩।୦୪; ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି। ଏହି ଭୂମିକମ୍ପରେ କୌଣସି ପ୍ରାଣ ହାନି ହେବା ନେଇ ଖବର ନାହିଁ। କିନ୍ତୁ ପ୍ରାୟ କୁହାଯାଉଛି ୬ ତୀବ୍ରତାର ଭୂମିକମ୍ପ ଦେଶବାସୀଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଟେର୍ନେଟ୍ ସହରରୁ ୧୬୧ କିଲୋମିଟର ଭୂତଳରେ ଅବସ୍ଥିତ ଥିଲା। ଲୋକମାନେ ଶୋଇଥିବା ସମୟରେ ରାତି ପ୍ରାୟ ୨:୩୩ ସମୟରେ ଭୂମିକମ୍ପ ହୋଇଥିଲା । ୫ ଦିନ ପୂର୍ବେ ମିଆଁମାରରେ ଘଟିଥିବା ପ୍ରାୟ ୭.୭ ତୀବ୍ରତାର ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେବେଠାରୁ, ଭୂମିକମ୍ପର ଝଟକା ନିରନ୍ତର ଘଟି ଚାଲିଛି। ମଙ୍ଗଳବାର, ଏପ୍ରିଲ ୧ ତାରିଖରେ ଦୁଇଟି ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ୪.୭ ଥିଲା। ହେଲେ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ହେଲେ ମିଆଁମାର ସରକାର ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ବୁଧବାର, ଏପ୍ରିଲ ୨ ତାରିଖରେ ମିଆଁମାରରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |