ଗଞ୍ଜାମ, ୩।୪:ଆଜିଠୁ ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ଦୁଇ ବର୍ଷକୁ ଥରେ ମା’ ବାପଘରକୁ ଆସୁଥିବାରୁ ଉତ୍ସାହିତ ବ୍ରହ୍ମପୁର। ପ୍ରାୟ ଏକ ମାସ ଧରି ମା’ ବାପ ଘରେ ରହି ପୂଜା ପାଇବେ। ଏଥିପାଇଁ ବଡ଼ବଜାରର ଦେଶୀ ବେହେରା ସାହି ଚଳଚଞ୍ଚଳ। ଆଜି ମା’ଙ୍କୁ ଡାକରା କରିବେ ବାପା ଦେଶୀ ବେହେରା ।ମା’ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୫ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ।ଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପାଣି, ଆଲୋକର ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି।ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା।ଦୁଇବର୍ଷରେ ଥରେ ମାଆଙ୍କ ଏହି ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |