ଗୁଜରାଟରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଅହମଦାବାଦ,୦୩/୦୪: ଗୁଜରାଟ ଜାମନଗରରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତି ପ୍ରାୟ ୯.୩୦ ସମୟରେ ଗୁଜୁରାଟର ଜାମନଗରରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଜାମନଗର ବାୟୁସେନା ଷ୍ଟେସନରୁ ଉଡ଼ାଣ ଆରମ୍ଭ କରିଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ମନୋଜ କୁମାର ସିଂହ। ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ତ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ ନିକଟରେ ଘଟିଛି। ଯେଉଁଠାରେ ଜାଗୁଆର ବିମାନ ଛିନଛତ୍ର ହୋଇ ସମଗ୍ର ଅଞ୍ଚଳରେ ପଡିଛି ଏବଂ ସବୁଆଡେ ଧୁଆ ଧୁଆ ହୋଇ ଯାଇଥିଲା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାଇଲଟ୍ ଆହତ ଅବସ୍ଥାରେ ତଳେ ପଡ଼ିଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି।ଏହା ସହିତ, ବିମାନର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଛି ଏବଂ ନିଆଁ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ବାୟୁସେନାର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି। କହି ରଖୁଛୁ ଯେ ଗତ ମାସରେ ମଧ୍ୟ ହରିୟାଣାର ପଞ୍ଚକୁଲା ନିକଟରେ ସିଷ୍ଟମ ଫେଲ୍ୟୁଅର ଯୋଗୁଁ ଆଉ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସୁରକ୍ଷିତ ଭାବରେ ବିମାନଟିକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇପାରିଲେ। ବିମାନଟି ଅମ୍ବାଲା ଏୟାରବେସରୁ ଏକ ତାଲିମ ଉଡ଼ାଣ ପାଇଁ ଉଡ଼ାଣ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!