ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ୱର,୩।୪:  ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ଗୋଟେ ପରେ ଗୋଟେ ଆନ୍ଦୋଳନ କରି ଦଳକୁ ସୁଦୃଢ କରୁଛନ୍ତି କର୍ମୀ। ଆଉ ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି ପିସିସି। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି।ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବା ନେଇ ପିସିସି ସଭାପତି ସୂଚନା ଦେଇଛନ୍ତି। ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ କଂଗ୍ରେସ। ଏହାପରେ ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ  କରିବ କଂଗ୍ରେସ।ନାରୀ ନିର୍ଯାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବାନ ଦେଇଛନ୍ତି ।ନାରୀ ସୁରକ୍ଷା ନେଇ ଗାଁ ଗାଁରେ ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି କରିବ କଂଗ୍ରେସ ।ସେପଟେ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ବିଧାନସଭା ଚାଲିଲା । ଷଡ଼ଯନ୍ତ୍ର କରି ଆମକୁ ନିଲମ୍ବନ କରିଥିଲେ । ବିଜେଡି ଉପରେ ବର୍ଷିଲେ ତାରା । ରାତିରେ ବିଲ୍‌ ପାସ୍ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କଲେ । ମିଛରେ କହୁଛନ୍ତି ଆମେ ବିଜେପି ସହ ନାହୁଁ ବୋଲି । ବୁଧବାର ବିଧାନସଭାରେ ବିଲ୍ ପାସ୍ ବେଳେ ବିଜେଡିର ସମର୍ଥନ ସ୍ପଷ୍ଟ କରିଛି । ବିଜେଡି-ବିଜେପି ଏକ ବୋଲି କହିଛନ୍ତି ତାରା ବାହିନୀପତି ।ଆଉ ଦଳର ମୁଖ୍ୟ ପ୍ରସଙ୍ଗ ରହିଛି ନାରୀ ନିର୍ଯ୍ୟାତନା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଶୋଭାଯାତ୍ରା କରିବା ନେଇ କହିଛନ୍ତି ଭକ୍ତ ଦାସ। ଏହାସହ ୩୧୫ଟି ବ୍ଲକ ସମ୍ମୁଖରେ ପ୍ରତିବାଦ କରିବ ଦଳ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!