ଆଜି ଖୋର୍ଦ୍ଧାରେ ୧୫ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୩ା୪:ଖୋର୍ଦ୍ଧାରେ ହେବ ଶିଳ୍ପ ହବ୍। ଆଜି ୧୫ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୋର୍ଦ୍ଧା ଜିଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ହଳଦୀପଦା ଓ କାଳିବେତୀ ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଖୋର୍ଦ୍ଧା ଅଞ୍ଚଳର ୨ଟି ସ୍ଥାନରେ ଜାନୁଆରୀ ୨୮ ଓ ୨୯ ତାରିଖରେ ମେକିଂ ଓଡ଼ିଶା ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ଅନୁଷ୍ଠିତ ହୋଇଥିଲା।ସେଥିରେ ଅନେକ ପୁଞ୍ଜି ନିବେଶକାରୀ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆଉ ଆଜି ୧୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଗୋଟିଏ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଅଞ୍ଚଳରେ ୬ ହଜାର କୋଟି ଟଙ୍କାର ନିବେଶ କରାଯିବ। ଏଥିରେ ୩୦ ହଜାର ୫ ଶହ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମୋହନ ମାଝୀ।ନୂଆ ସରକାରର ଗୋଟିଏ ପଲିସି, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ପ୍ରତିଷ୍ଠା ହେବ। ତାର ବାସ୍ତବତା ପାଇଁ  ଆଜି ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!