ପାଇକ କତରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୩ା୪ :-ପାପଡା ହାଣ୍ଡି ବ୍ଳକ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ପାଇକ କତରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସେମଳା ସରପଞ୍ଚ ଟଙ୍କଧର ମାଝୀ , ସମ୍ମାନୀୟ ଅତିଥି ରଞ୍ଜନ ମୋହନ ଖୁରା,ସୋମନାଥ ମାଝୀ,ଲିଙ୍ଗରାଜ ସାହୁ,ପଞ୍ଚାନନ ସାହୁ , ମୁଖ୍ୟ ବକ୍ତା କୃପାଦାନ ନାଗ ଅବସର ପ୍ରାପ୍ତ ଶିକ୍ଷକ ଯୋଗଦାନ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ବିଶେଷ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭାପତି ଓ ବିଦ୍ୟାଳୟ ପରିଚ଼ାଳନା କମିଟି ସଭ୍ୟ ବୃନ୍ଦ ଓ ପିଲାମାନଙ୍କ ପିତାମାତା ଯୋଗଦାନ କରିଥିଲେ ।ଆଜିର କାଯ୍ୟକ୍ରମ ବିଶେଷ ଅତିଥି ଭାବେ ସି.ଆର.ସି.ସି.ପିଲା ଓ ଶିକ୍ଷକଙ୍କୁ ଟି.ଏଲ.ଏମ ୱାର୍କ କାର୍ଯ୍ୟ,ବାର୍ଷିକ ଉତ୍ସବରେ , ଆଲୁମିନି ଛାତ୍ରମାନଙ୍କୁ ପ୍ରେରଣା ଦେଇଥିଲେ।ପ୍ରଥମରୁ ପଞ୍ଚମ ଶ୍ରେଣୀ ରୁ ୩ ଟି ଲେଖାଏଁ ପିଲାଙ୍କୁ ଚ଼ୟନ କରାଯାଇ ଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।ଆମ ସଂସ୍କୃତିର ଖେଳନା ସମୁହ ପ୍ରଦର୍ଶନ ହୋଇଥିଲା।ପିଲା ମାନଙ୍କର ଆନନ୍ଦ ପାଇଁ ବିଭିନ୍ନ ପ୍ରକାର ମୁଖା ପିନ୍ଧି ଥିଲେ ସେ ପିଲା ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଲହରୀ ଦେଖାଯାଇଥିଲା ।ସି.ଆର. ସି.ସି. ବାବୁଲାଲ ବାର ମାସରେ ତେର ପର୍ବ ଆମ ସଂସ୍କୃତି ପାଇଁ ଓ ଜୀବନ ପାଇଁ ନିରୋଗ ରହିବା ଓ ଧାର୍ମିକ ଜୀବନ ଯାପନ ଶୈଳୀ ବାବଦରେ ଆଲୋକ ପାତକରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ଶିକ୍ଷକ ଦୈତାରୀ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ।ପିତାମାତା ,ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି , ୱାର୍ଡ ମେମ୍ବର ଯୋଗଦାନ କରିଥିଲେ। ଶେଷ ରେ ପିଲା ମାନଙ୍କ ତରଫରୁ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିଲା ।ଏବଂ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!