ଡାବୁଗାଁ ବିଡ଼ିଓ ଙ୍କୁ ଲିଖିତ ପାତ୍ର ପ୍ରଦାନ କଲେ ଡାବୁଗାଁ ମିଶନଶକ୍ତି ମହାସଙ୍ଘ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୩ା୪  :ତା.୨୭.୦୩. ୨୦୨୫ ରିଖ ଚିଠିର ନିର୍ବେଶ ପ୍ରକ୍ରିୟାକୁ କାର୍ଯ୍ୟକାରୀରୁ ସମୟ ସୀମା ସାମୟିକ ଭାବେ ବୃଦ୍ଧି କରିବା ସମ୍ପର୍କେ ଆଜି ଲିଖିତ ପାତ୍ର ପ୍ରଦାନ କଲେ ଡାବୁଗାଁ ବ୍ଲକ ମିଶାନଶକ୍ତି ରେ କାର୍ଯ୍ୟରତ ଇସି ମେମ୍ବର ମାନେ |ସେମାନଙ୍କ ଦାବି ସରକାର ଦ୍ୱାରା ପ୍ରେରିତ ଚିଠି ର ନିର୍ଦ୍ଦେଶ ନାମା ଅନୁଯାୟୀ ଇସି ମାନଙ୍କର ପୂର୍ନରଗଠନ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ତଗିତ ରଖାଯାଉ,କାରଣ E.C ମାନେ ସ୍ଫୁଟର ଯୋଜନାରେ ରୁଣ ଗ୍ରସ୍ତ ହୋଇ ଗ୍ରୁପରେ ଥିବା ବେଳେ ସେମାନଙ୍କ ପ୍ରତି ସରକାର ସହାନୁଭୂତି ଜଣାଇ ନୂତନ ନିର୍ଦ୍ଦେଶନାମାରେ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକରିବା ନିମନ୍ତେ ସୁଯୋଗ ଦେବା ପାଇଁ E.C ସଂଘ ତରଫରୁ ତା. ୩୧.୦୩.୨୦୨୫ରିଖରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରାଯାଇଛି ।ଏବଂ ଆଜି ଏହି ବିଷୟରେ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କୁ ଡାବୁଗାଁ ବ୍ଲକ ମିଶାନଶକ୍ତି ମହାସଂଘର ଇସି ମାନେ ଲିଖିତ ଭାବରେ ପତ୍ର ପ୍ରଦାନ କରିଛିନ୍ତି। ନିୟମ ପ୍ରକାରେ ଜଣେ ଇସି ମେମ୍ବର 3ବର୍ଷ କାର୍ଯ୍ୟ କରି ପାରିବେ କିନ୍ତୁ ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଅଧିକଂସ ଇସି ମେମ୍ବରଙ୍କ କାର୍ଯ୍ୟକାଲ 3ବର୍ଷ ସରି ନାଇ ଏହାକୁ ଦୃଷ୍ଟିରେରଖି ପୁନର୍ଗଠନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କଲେ ସମସ୍ତେ ଉପକୃତ ହେବେ। ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!