ଭାଜପା ପାଳିବ ୪୬ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୬।୪ : ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା ଲଗାଇବା କାର୍ଯ୍ୟକ୍ରମ ସହ ସମାଜସେବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୬ ତାରିଖ (ରବିବାର) ରାଜ୍ୟ ବିଜେପି ପାଳନ କରିବ ୪୬ ତମ ପ୍ରତିଷ୍ଠା ଦିବସ। ଦୁଇ ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରିବ ରାଜ୍ୟ ବିଜେପି। ଶ୍ରୀରାମ ନବମୀରୁ ଏଥର ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବୁଥ ସ୍ତରରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ପ୍ରତି କାର୍ଯ୍ୟକର୍ତା ନିଜ ନିଜ ଘରେ ଦଳୀୟ ପତକା ଉଡାଇବେ। ବୁଥ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ। ସଦସ୍ୟ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣି ବୈଠକରେ ଏକାଠି ବସି ଖାଇବେ। ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ, ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ। ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ, ସେମାନେ ୭ ତାରିଖରେ ପାଳନ କରିବେ। ସେହିପରି ଶ୍ରୀରାମ ନବମୀ ଠାରୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନ ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ କାର୍ଯ୍ୟକର୍ତା ମାନେ ଘରକୁ ଘର ଯାଇ ଜନସଂପର୍କ ସ୍ଥାପନ କରିବେ।ଏହିଭଳି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ତାଙ୍କ ବାସଭବନରେ ଦଳୀୟ ପତାକା ମାରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଭାଜପା ନେତା କୁବେର ପ୍ରଧାନ, ଜୟରାମ ଖାଡେଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!