ୱାକଫ୍ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ ୦୬।୦୪; ସଂସଦର ଉଭୟ ଗୃହ ଦ୍ୱାରା ପିଏଫ୍ ସଂଶୋଧନ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ୱାକଫ ସଂଶୋଧନ ବିଲ୍ ୨୦୨୫ ବର୍ତ୍ତମାନ ଆଇନରେ ପରିଣତ ହୋଇଛି । ଏହି ନୂତନ ନିୟମକୁ ସୁପ୍ରିମକୋର୍ଟରେ କଂଗ୍ରେସ, ଏଆଇଏମ୍ଆଇଏମ୍ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ପୃଥକ ଆବେଦନ କରି ଚ୍ୟାଲେଞ୍ଜ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଅନେକ ମୁସଲମାନ ସଂଗଠନ ଏହାକୁ ବିରୋଧ କରୁଛନ୍ତି।ଶନିବାର (୫ ଏପ୍ରିଲ ୨୦୨୫) ଏହି ବିଲ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ସମ୍ପର୍କରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଆଇନ ବୋର୍ଡ (AIMPLB) ଚେତାବନୀ ଦେଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ବିଜୟୱାଡା, ମାଲାପୁରାମ, ପାଟନା, ରାଞ୍ଚି, ମଲେରକୋଟଲା ଏବଂ ଲକ୍ଷ୍ନୌରେ AIMPLB ବ୍ୟାପକ ବିରୋଧ କରିବ। କଂଗ୍ରେସ ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିନ୍ଧୱି କହିଛନ୍ତି, ‘ଶାସକ ଦଳ ସଂଖ୍ୟା ଗରିଷ୍ଠତାର ଅପବ୍ୟବହାର କରିଛନ୍ତି । ଏହି ବିଲ୍‌କୁ ବାଧ୍ୟତାମୂଳକ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!