ଭୁବନେଶ୍ୱର,୭ା୪: ଆଜିଠୁ ୭୩ତମ ଅଲ୍ ଇଣ୍ଡିଆ ପୁଲିସ୍ ହକି ଚାମ୍ପିୟନସିପ୍ । କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହାକୁ ଉଦଘାଟନ କରିଛନ୍ତି ପୁଲିସ୍ ଡିଜି ଓ୍ବାଇ ବି ଖୁରାନିଆ। ଦେଶର ବିଭିନ୍ନ ରାଜ୍ୟରୁ ପୁଲିସ୍ ହକି ଟିମ୍ ମ୍ୟାଚ ଖେଳିବେ । ଉଭୟ ପୁରୁଷ ଏବଂ ମହିଳା ପୁଲିସ୍ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିବେ। ଏହା ସହ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପିର ଟିମ ମଧ୍ୟ ଯୋଗ ଦେବେ । ଗତକାଲି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଅନୁଷ୍ଠାନିକ ଭାବେ ପୋଲିସ ହକି ଚାମ୍ପିୟାନସିପ ୨୦୨୫ ର କର୍ଟନ ରେଜର ଓ ମାସ୍କଟ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |