ବଦଳିବ ମିଶନ ଶକ୍ତି ଢାଞ୍ଚା

ଭୁବନେଶ୍ୱର,୭ା୪:ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs) ଢାଞ୍ଚାରେ ହେବ ବଡ଼ ପରିବର୍ତନ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି, ପୂର୍ବ ସଭାପତି ଏବଂ ସମ୍ପାଦକଙ୍କ ସ୍ଥାନରେ ନୂଆ ନିଯୁକ୍ତି ହେବ।ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ। ଜିପିଏଲଏଫ୍ , ସିପିଏଲ୍‌, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପୂର୍ବ ସରକାରରେ ବହୁ ମହିଳା ଏସ୍‌ଏଚ୍‌ଜିରୁ ବଞ୍ଚିତ ଅଛନ୍ତି। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡିବାକୁ ଆରମ୍ଭ କରିଛନ୍ତି। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡିଥିଲେ। ଏବେ ସମସ୍ତଙ୍କୁ ଜିପିଏଲ୍ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଏବଂ ସମ୍ପାଦକ ଅଛନ୍ତି , ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ। ତୃଣମୂଳ ସ୍ତରରେ ନେତୃତ୍ଵ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!