ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୯।୪:-ରାଜା ରାଜୁଡା ଅମଳରୁ ଡାବୁଗାଁ ଅଭିଭକ୍ତ କୋରାପୁଟ ଜିଲ୍ଲାର ଏକ ପୁରାତନ ଗ୍ରାମ ଅଟେ।ଗ୍ରାମଦେବୀ ଦାବାଦେଈ ନାମ ଅନୁସାରେ “ଦାବୁଗାଁ” ଓ ପାରେ ଇଂରାଜୀ ଅମଲରୁ ଡାବୁଗାଁ ଲେଖା ଗଲା। ଡାବୁଗାଁ, ଡ଼ଙ୍ଗରୀଗୁଡା ଏବଂ ଉମରାହଣ୍ଡି ଗ୍ରାମ ମିସି ଦଶହରା, ମଣ୍ଡେଇ, ଦୋଳପୁର୍ଣିମା ଏବଂ ଘଟ ଯାତ୍ରା ପାଳନ କରନ୍ତି। ଚୈତ୍ର ମାସରେ ଗ୍ରାମ ଦେବଦେବୀ ମନ୍ଦିରରୁ କୋଳସ ଆଣି ଠାକୁରାଣୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ। ଆସିବା ଏବଂ ଯିବା ଦିନକୁ ଛାଡିଦେଲେ କୋଳସୀ ଗାଁ ଭିତରେ ବୁଲି ପୂଜା ପାଆନ୍ତି। ଏହି ଯାତ୍ରା ଆରମ୍ବ ସମ୍ପର୍କରେ ସଠିକ କାଳ ଜଣା ପଡ଼ୁ ନଥିଲେ ମଧ୍ୟ ୧୦୦ବର୍ଷରୁ ଉର୍ଦ୍ଧ ହେବ ଏହା ପାଳିତ ହୋଇ ଆସୁଛି।ପ୍ରାୟ ୧୦୦ବର୍ଷ ପୂର୍ବେ ଗାଁ ର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ବର୍ଗତ ଲୋକନାଥ ରାୟ ପାତ୍ର, ଲକ୍ଷ୍ମୀ ଚନ୍ଦ୍ର ରାୟ ପାତ୍ର, ରାମଚନ୍ଦ୍ର ଗୌଡ଼, ରାମ ବିଷୟୀ, ଡମୁ ଗୌଡ଼, ଝାଲିଆ ଗୌଡ଼, ଆସମନ କଲାର ଓ ଆନମାନେ ବେହେରନ ବସି ଯାତ୍ରା ପରିଚାଳନା କରୁଥିଲେ। ନିଜ ନିଜର ହଲ,ଶଗଡ଼,ଗୋତି, ଶ୍ରମିକ ଲଗାଇ ଡାଳ-ଛାମୁଣ୍ଡା ପ୍ରସ୍ତୁତ କରୁଥିଲେ।
ପାରବର୍ତ୍ତୀ ସମୟରେ ପ୍ରାୟ ୧୯୬୦ ମସିହା ବେଳକୁ ଗ୍ରାମର କେତେଜଣ ବଛା ବଛା ଯୁବକ ହିରଣ୍ୟ ଚନ୍ଦ୍ର ରାୟ ପାତ୍ର, ଲିଙ୍ଗରାଜ ରାୟ ପାତ୍ର, ତୈ୍ଲୋକ୍ୟ ଚନ୍ଦ୍ର ରାୟ ପାତ୍ର, ଭଗବାନ ସିଂ, ଭାସ୍କର ରାଓ, ଝାଡ଼େଶ୍ୱର ରାଓ, ଦାମୋଦର ବିଷୟୀ, ମଦନ ମୋହନ ଜେନା ଆଦି ବହୁବର୍ଷ ପର୍ଯ୍ୟନ୍ତ ଯାତ୍ରା ପରିଚାଳନା କରିଥିଲେ। ସେ ସମୟରେ ଟଙ୍କାର ମୂଲ୍ୟ ବେଶୀ ଥିଲା। ବର୍ତ୍ତମାନ ଗୋଟିଏ କୁକୁଡ଼ା ଅଣ୍ଡାର ମୂଲ୍ୟରେ.. ଗୋଟେ ମେଣ୍ଢା ଛେଳି କିଣା ଯାଇ ପାରୁଥିଲା। ଯାତ୍ରା ପାଇଁ ଅତି ବେଶୀରେ ୧୦୦୦ ଟଙ୍କା ଚାନ୍ଦା ଆଦାୟ ହେଉ ଥିଲା। ୧୦/୧୫ଟଙ୍କାରେ ଗୋଟେ ନାଟ କିମ୍ବା ୨୦/୩୦ ଟଙ୍କା ଦେଲେ ଗୋଟେ ଭଲନାଟ ମିଳୁଥିଲା।
ଯାତ୍ରା ଶେଷରେ ହିସାବ ନିକାସ କରାଯାଇ ବଳକା ଟଙ୍କାକୁ ସୁଧ ପାଇଁ ଲଗାଇ ପାଣ୍ଠି ବୃଦ୍ଧି କରାଯାଉ ଥିଲା। ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂରୁଣା ମନ୍ଦିର ସେହି ପାଣ୍ଟିରେ ତିଆରି କରା ଯାଇଥିଲା।ସେ ସମୟର ସରପଞ୍ଚ ମାନେ ନୀଳାମ୍ବର ସିଂ ଲାଲ, ତାରିଣୀ ଚନ୍ଦ୍ର ରାୟ ପାତ୍ର ପ୍ରମ୍ମୁଖ ଗ୍ରାମ ସଫେଇକୁ ବିଶେଷ ଧ୍ୟାନ ଦେଉଥିଲେ। ସେ ସମୟରେ ଗୁରୁ ଗାଣ୍ଡା, ଗୋଧନ ଗାଣ୍ଡା, କଲୁ ଗାଣ୍ଡା ଡିବି ଡିବି ମାରି କଳସି ମିଟିଙ୍ଗ ଡାକିଲେ ପିଲାଙ୍କ ଖୁସି କହିଲେ ନ ସରେ। ୧୯୬୦ ମସିହାରେ ପ୍ରଥମେ ଡାବୁଗାଁରେ କରେଣ୍ଟ ଆସିଥିଲା। ତା ପୂର୍ବରୁ ଡାବୁଗାଁରେ କିରାସିନି ଲଣ୍ଠନରେ ଯାତ୍ରା ହେଉଥିଲା, ପରେ ଗ୍ୟାସ ଲାଇଟ ବ୍ୟବହାର କରାଗଲା।
ଏବଂ ସେ ସମୟରେ ନଅ ଦିନ ପାଇଁ ନବରଙ୍ଗପୁର ରୁ ୧୦୦ ଟଙ୍କା ଦେଇ ଗ୍ରାମଫୋନ ଭଡାରେ ଅଣାଯାଉ ଥିଲା ବଳି ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କେଲିଆ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦେବରାଜ ରାୟ ପାତ୍ର ସୂଚନାଦେଇଛନ୍ତି।କଳସୀ ଯାତ୍ରା ପାଇଁ ଗାଁର ଯୁବକ ମାନେ ରାମଲୀଳା, ଶଶୀରେଖା ହରଣ, ସୀତା ବନବାସ, କୃଷ୍ଣ ଜନ୍ମ, ଲକ୍ଷ୍ମୀ ପୂରଣ ଆଦି ନାଟ ଶିଖିଥିଲେ। ଯାହାକି ଆଜିକାଲିର ଆଧୁନିକ ନାଟକରୁ ବେଶ ଅଲଗା।ଠାକୁରାଣୀ ଯାତ୍ରା ସମୟରେ ଝିଅ ଅର୍ଥାତ “ମା ଠାକୁରାଣୀ” ମା ଘରକୁ କୋଳସୀ ମଣ୍ଡପକୁ ଆସି ରୁହନ୍ତି ଏବଂ ଯାତ୍ରା ସାରିଲେ ନିଜ ଆସ୍ଥାନକୁ ବା ନିଜ ମନ୍ଦିର କୁ ଫେରି ଯାଆନ୍ତି।ଯାତ୍ରା ଶେଷରେ ଉମରାହାଣ୍ଡି ଏବଂ ଡ଼ଙ୍ଗରୀଗୁଡାର ପୂଜାରୀ ଏବଂ ବାଜା ବାଲାଙ୍କୁ ବିଦାୟ ଦିଆ ଯାଏ। ସେ ସମୟର ପୂଜାରୀ ଡମୁ, ମାହାରା, ବୈଶାଖୁ, ଚୈତନ ପୂଜାରୀ, କଳାନାଗ ମହୁରିଆଙ୍କ କଥା ଏବେବି ମାନେ ପଡ଼େ ବଳି ଗ୍ରାମର ବୈଜ୍ୟେଷ୍ଟ ବ୍ୟକ୍ତି ଦେବରାଜ ରାୟ ପାତ୍ର ଅଳଚନା ସମୟରେ କହିଛନ୍ତି।ବର୍ତ୍ତମାନ କେତେ ଜଣ ଯୁବକଙ୍କ ଚେଷ୍ଟାରେ ଯାତ୍ରା ପୂର୍ବ ଅପେକ୍ଷା ବହୁ ଆଡମ୍ବରରେ ପାଳିତ ହୋଇ ଆସୁଛି। ପୂର୍ବର ଡାଳ ଛାମୁଣ୍ଡା କି ଲଣ୍ଠନ ନାହିଁ,୧୦୦ବର୍ଷ ଭିତରେ ସବୁକିଛି ବଦଳି ଯାଇଛି ଯଦି କିଛି ବଦଳି ନାହିଁ ତାହା ହେଉଛି ବେଲୁନ ଫୁଟୁକା, ଠୋ କିନା ଫାଟି ପିଲାଙ୍କୁ ଠୋ ଠୋ ହସାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |