ମହାରାଷ୍ଟ୍ର , ୩୧/୦୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଅଜିତ ପାୱାରଙ୍କ ସ୍ଥାନ ନେବେ ପତ୍ନୀ ସୁନେତ୍ରା ପାୱାର। ଏନସିପିର ଦିବଂଗତ ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ଏବେ ମହାରାଷ୍ଟର ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଏନସିପି ପକ୍ଷରୁ ସୁନେତ୍ରାଙ୍କୁ ପ୍ରସ୍ତାବ ମିଳିବା ପରେ ଏହାକୁ ସେ ଗ୍ରହଣ କରିଛନ୍ତି। ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ନିଧନ ହେବା ପରେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍ସିପି(ଅଜିତ)ପକ୍ଷରୁ ଜୋର୍ଦାର୍ ଦାବି କରାଯାଇଥିଲା। ଶୁକ୍ରବାର ଦଳର ୩ ବରିଷ୍ଠ ନେତା ଛଗନ୍ ଭୁଜବଳ, ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ତାଙ୍କ ବାସଭବନରେ ଭେଟି ଏ ସମ୍ପର୍କରେ ଦାବି ଜଣାଇଥିଲେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବାକୁ ମଧ୍ୟ ସେମାନେ କହିଥିଲେ। ଅଜିତ ପାଓ୍ବାର ମହାୟୁତି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବା ସହିତ ତାଙ୍କ ହାତରେ ଅର୍ଥ, ଅବକାରୀ ଏବଂ କ୍ରୀଡ଼ା ଆଦି ପ୍ରମୁଖ ବିଭାଗର ଦାୟିତ୍ୱ ରହିଥିଲା। ସେହି ଅନୁସାରେ ସୁନେତ୍ରାଙ୍କୁ ଦାୟିତ୍ୱ ଦେବାକୁ ଏହି ନେତାମାନେ ଫଡ୍ନବିସଙ୍କ ନିକଟରେ ଦାବି କରିଥିଲେ। ସୁନେତ୍ରାଙ୍କୁ ନେଇ ତାଙ୍କ ଦଳ ଯେଉଁ ନିଷ୍ପତ୍ତି ନେବ ତାହାକୁ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଗଣମାଧ୍ୟମକୁ ସୂଚନା ଦେବା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେଉଥିବା ନିଶ୍ଚିତ ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |