ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଭୁବନେଶ୍ୱର ୩୧/୦୧:ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ଚଳିତ ବର୍ଷ ୧୫୩ ତମ ମାଘ ମେଳା ଅନୁଷ୍ଠିତ ହେବ। ଯାହା ଦୁଇ ଦିନ ଧରି ଚାଲିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦୁଇ ଦିନ ଧରି ଝାଡ ଦୀପ ପ୍ରଜ୍ୱଳିତ ହେବ। ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେବ ଯୋରନ୍ଦା ପୀଠ।ବିଶ୍ୱାସ ରହିଛି ଶୂନ୍ୟ ମହାପ୍ରଭୂଙ୍କ ନିକଟରେ ଝାଡ ଦ୍ବୀପ ଜାଳିଲେ ମାନସିକ ପୁରଣ ହୁଏ । ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଘଟିଥାଏ। ବିଶ୍ବର ମଙ୍ଗଳ କାମନା କରି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ କୌପିନଧାରୀ ଓ ବକ୍କଳଧାରୀ ମହିମା ସାଧୁଙ୍କ ପକ୍ଷରୁ ଗାଦୀ ମନ୍ଦିର, ଶୁନ୍ୟ ମନ୍ଦିର, ଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ଝାଡ ଦୀପ ଜାଳିବ। ଭକ୍ତ ମାନେ ପ୍ରଦାନ କରିଥିବା ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ ଦୀପ। ଚଳିତ ବର୍ଷ ପାଗ ଅନୁଗୁଳ ଥିବାରୁ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବେଢ଼ା ଚାରିପଟେ ସିସିଟିଭି କ୍ୟାମେରା ଲଗାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!