ମହିଳା ଚଳାଇବେ ‘ଆମ ବସ୍

 

ଭୁବନେଶ୍ୱର, ୩୧/୦୧:   ‘ଆମ ବସ୍’ ଚଳାଇବେ  ମହିଳା । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର । ଆଜି ୫.୩୦ରେ ରହିଛି ତାଙ୍କ ବିମାନ । ଫ୍ଲାଇଟ ଟିକେଟ ପ୍ରଦାନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସ୍ ର ତାଲିମ ନେବେ ଏମାନେ ।୧୭ ଫେବୁଆରୀରେ ଫେରିବେ ଟିମ । ଆମ ବସ ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର। ପୁଣେ ଟ୍ରାଫିକରେ ଚଳାଇବା ର ତାଲିମ ନେଇ ଆସିବେ ଏମାନେ । ଟ୍ରେନିଂ ପରେ ମହିଳା ଡ୍ରାଇଭର ଫେରିବା ପରେ ସୁଭଦ୍ରା ବସ ଚଲେଇବା ପାଇଁ ଲକ୍ଷ ରହିଛି । କେବଳ ମହିଳା ମାନେ ହି ବସ୍‌ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!