ନୂଆଦିଲ୍ଲୀ,୨୯।୧: ଦେଶରେ ସୁନା ଓ ରୁପା ଦାମ୍ କମିବାର ନାଁ ନେଉନି । ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି ।ଗୁରୁବାର ସୁନା ଓ ରୁପା ଦରରେ ହଠାତ୍ ବଡ଼ ଧରଣର ବୃଦ୍ଧି ହୋଇଛି। ଗୋଟିଏ ଦିନରେ ସୁନା ୧୧ ହଜାର ଟଙ୍କାରୁ ଅଧିକ ଓ ରୁପା ଦାମ୍ ୨୫ ହଜାର ଟଙ୍କା ବଢ଼ିଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧,୭୭୦ ଟଙ୍କା ବୃଦ୍ଧି ପାଇ ୧,୭୮,୮୫୦ ଟଙ୍କା ହୋଇଯାଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦,୮୦୦ ଟଙ୍କା ବୃଦ୍ଧି ପାଇ ୧,୬୩,୯୫୦ ଟଙ୍କା ହୋଇଛି। ନିକଟ ଅତୀତରେ ଗୋଟିଏ ଦିନରେ ସୁନା ଦରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିନଥିଲା। ଆଜି ରୁପା କେଜି ୨୫ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଛି।ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ୧.୬ ଲକ୍ଷ ପାର୍ କରି ୧,୬୭,୦୯୦ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୮୦,୧୦୦ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀ ଓ ମୁମ୍ବଇ ସହରରେ ୨୪ କ୍ୟାରେଟ ସୁନା ଦର ୧, ୬୭,୦୯୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୫୩,୧୬୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୨୫,୩୨୦ ଟଙ୍କା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |