ଡାବୁଗାଁ ଆଦିବାସୀ ମଣ୍ଡେଇ ପାଇଁ ବଡ଼ଦେଵତା ପୂଜା

ଡାବୁଗାଁ(ପ୍ରିୟଦର୍ଶିନୀ ପାତ୍ର),  ୨୯।୧: ଡାବୁଗାଁ ରେ ଆଜି ଧୁମଧାମରେ ପାଳିତ ହାଇଯାଇଛି ବଡ଼ଦେଵତା ପୂଜା ବା ଡାବୁଗାଁର ଇଷ୍ଟ ଦେବ ବାବା ଭୈରବ ଙ୍କ ପୂଜା । ଆଦିବାସୀ ପର୍ବ ମାଘ ମଣ୍ଡେଇ ହାଟ ପୂର୍ବ ଦିନ ପାଳିତ ହୁଏ ଏହି ବଡ଼ ଦେବତା ପୂଜା ,ଆସନ୍ତା କାଲି ଡାବୁଗାଁ ରେ ମାଘ ମଣ୍ଡେଇ ହାଟ । ମାଘ ମଣ୍ଡେଇ ରୋ ସାତଦିନ ପୂର୍ବେ ପାରମ୍ପରିକ ରୀତିନୀତିରେ ଦୁଲାର ଦେଇ ଗୁଡି ରେ ପୂଜାର୍ଚନା ପରେ ସିରା ,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ ଏହି ଦିନ ଠାରୁ ଆରମ୍ବ ହାଇଯାଇଛି ଡାବୁଗାଁ ମଣ୍ଡାଇ ପାଇଁ ଗହଳି। ଦୁଲାରଦେଇ ପୂଜା ଠାରୁ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିବ । ଆଜି ବୁଧବାର ଦିନ ବଡ଼ତେବତା ବା ଗ୍ରାମର ମୁଖ୍ୟ ଇଷ୍ଟଦେବ ବାବା ଭୈରବଦେବତାଙ୍କ ପୂଜା ହେଲା ଏବଂ ଆସନ୍ତା କାଲି ଅର୍ଥାତ ଗୁରୁବାର ଦିନ ଡାବୁଗାଁରେ ମାଘ ମଣ୍ଡେଇ ଧୂମଧାମ ରେ ପାଳିତ ହେବ ଏବଂ ଏଠାରେ ସମସ୍ତଙ୍କ ମାନରଞ୍ଜନ ପାଇଁ ଆଦିବାସୀ ନାଟକ ର ମଧ୍ୟ ବ୍ୟବସ୍ତା ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!