Budget ୨୦୨୬: ଚାଷୀଙ୍କୁ ବଡ଼ ଉପହାର ଦେବେ ସରକାର

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ଉପସ୍ଥାପନ କରିବାକୁ ଯାଉଥିବା ବଜେଟ୍ ୨୦୨୬ରେ କୃଷକଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି । ସରକାର କିସାନ କ୍ରେଡିଟ୍ କାର୍ଡ (KCC) ଧାରକଙ୍କ ପାଇଁ ଶର୍ଟ-ଟର୍ମ ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଯୋଜନା କରୁଛି। ଏହାର ଲାଭ ଦେଶର ପ୍ରାୟ ୭.୭୫ କୋଟି କୃଷକ ପାଇବେ। ଏହି ବ୍ୟବସ୍ଥା ଆଗାମୀ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି। ଏଥର ନିର୍ମଳାଙ୍କ ବଜେଟ ପେଡ଼ିରୁ କେଉଁ ଉପହାର ବାହାରୁଛି ତାକୁ ଅପେକ୍ଷା କରିଛନ୍ତି କରଦାତା। ବିଶେଷ କରି ନ୍ୟୁ ଟ୍ୟାକ୍ସ ରିଜିମରେ ହୋମ୍ ଲୋନ୍ କୁ ସାମିଲ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଫିକ୍ସ ଡିପୋଜିଟରେ ରିହାତି ପାଇଁ ଆଶାବାନ୍ଧି ବସିଛନ୍ତି ଟାକ୍ସପେୟରସ୍ । ସେହିଭଳି ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ବୃଦ୍ଧି ଏବଂ ITR ଦାଖଲ ପାଇଁ ନିର୍ଦ୍ଦିଷ୍ଟ ଶେଷ ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଏଥର ବଜେଟରେ ମୋଦି ସରକାରଙ୍କଠୁ କରଦାତା କଣ ଆଶା ରଖିଛନ୍ତି ଆସନ୍ତୁ ଜାଣିବା।୨୦୨୬-୨୭ ବଜେଟକୁ ମଝିରେ ଆଉ ମାତ୍ର ୩ ଦିନ। ଚାଷୀଙ୍କଠୁ ବ୍ୟବସାୟୀ ପର୍ଯ୍ୟନ୍ତ, ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି ଉପରେ। ଗତବର୍ଷ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ଛାଡ଼ କରିଥିବା ମୋଦି ସରକାରଙ୍କଠୁ ଏଥର ବି ଆୟକର ରିହାତି ଆଶା ରୁଖୁଛନ୍ତି କରଦାତା। ବିଶେଷ କରି ବେତନଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପରିମାଣ ବୃଦ୍ଧି ହେବା ଆଶା କରାଯାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!