ନୂଆଦିଲ୍ଲୀ,୩୦।୧: ଖସିଲା ସୁନା ରୁପା ଦର।କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି। ଏକାଥରେ ସର୍ବକାଳୀନ ରେକର୍ଡ ଭାଙ୍ଗି କମିଲା ସୁନା ରୁପା ଦର।ବାହାଘର ସିଜିନରେ ହୁ ହୁ ହୋଇ ବଢୁଥିବା ସୁନା ରୁପା ରେଟ୍ ଲୋକଙ୍କ ଚିନ୍ତା ବଢାଇଦେଇଥିଲା। ଏପରିକି ଗତକାଲି ଅର୍ଥାତ୍ ୨୯ ଜାନୁଆରୀରେ ଏକାଥରେ ୧୧ ହଜାର ଟଙ୍କା ବଢିଥିଲା ସୁନା ଦର।ଯାହାପରେ ବାହାଘର ସିଜିନରେ ସୁନା ରୁପା କିଣିବାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଲୋକେ। ହେଲେ ସକାଳ ହେବା ମାତ୍ରେ ଲୋକଙ୍କୁ ଆଶ୍ୱସ୍ତିକର ଖବର ମିଳିଛି। ଆଉ ରେକର୍ଡ ସ୍ତରରେ ସୁନା ରୁପା ଦର ହ୍ରାସ ପାଇଛି।ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୬୩,୯୫୦ ଥିଲା, ଯାହା ଆଜି ୧,୫୬,୪୦୦, ଯାହା ଆଜି ୭,୫୫୦ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ୧୮ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୩୪,୧୪୦ ତୁଳନାରେ ଆଜି ୧,୨୭,୯୭୦ ହୋଇଛି। ଏହା ୬,୧୭୦ର ସିଧାସଳଖ ହ୍ରାସ ପାଇଛି।ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ ୩,୯୫,୦୦୦।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |