ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର),,୩୦।୧:ଡାବୁଗାଁ ରେ ମାଘ ମଣ୍ଡେଇ ଯାତ୍ରା ଧୂମଧାମରେ ପାଳିତ ହୋଇ ଯାଇଛି। ବାବା ଭୈରବ, ମାଁ ଦୁଲାରଦେଇ, ବଜ୍ଞାରୁଣୀ ମାଁ, ଡକ୍ରୀ ମାତା, ଠାକୁରାଣୀ ମାଁ, ଦାବାଦେଈ ମାଁ, ମାଁ ପେଣ୍ରାଣୀ, ରାତ ଖଡିଆ, କଙ୍କାଳୁଣୀ, ବୁଢାରଜା, ଘୋଡ଼ା ମାରୀ ମାଁ, ଘାଟ ଘୋଷିଆଣୀ ଏବଂ ଅନ୍ୟାନ୍ୟ ଗ୍ରାମ ଦେବାଦେବୀ ଙ୍କ ଲାଠି, କୁରୁଚି, ବିମାନ, ଶିରା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ଅଞ୍ଚଳ ବାସୀ ଏକ ବିଶାଳ ଶୋଭାଯାତ୍ରା ରେ ବଜାର ପରିକ୍ରମା କରିଥିଲେ। ମଣ୍ଡେଇ କମିଟି ସଭାପତି ବିନୋଦ ସୌରା, ଉପ ସଭାପତି ସତ୍ୟ ରଞ୍ଜନ ରାୟପାତ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ରାୟପାତ୍ର, ବିଜେପି ଜିଲ୍ଲା ସଂପାଦକ ଜେ. ରାଜଶେଖର ରାଓ, ଜି କିରଣ କୁମାର, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବି ମିହିର ଶଙ୍କର ରାୟପାତ୍ର,ଏମ୍ ଆପା ରାଓ, ସାଙ୍କିରି ରାଓ, ଜିତୁ ରେଲି, ସୁରେନ୍ଦ୍ର ରେଲି, ଭୀମସେନ ଜେନା ପ୍ରମୁଖ ଶୋଭାଯାତ୍ରା ରେ ଅଂଶଗ୍ରହଣ କରି ଥିଲେ। ଛତିଶଗଡ ରତନପୁର ଓ ପୋଡାଗଢ ରାୟ ରତନପୁର ସହ ସିଧାସଳଖ ଯୋଡିତ ମାଘ ମଣ୍ଡେଇ ସହ ଅନେକ କିମ୍ବଦନ୍ତୀ ରହିଛି। ବର୍ତ୍ତମାନ ମଧ୍ୟ ରତନପୁର ରୁ ଆସିଥିବା ରାଜ ବଂଶ ର ଦାୟାଦ୍ ମାନେ ଡାବୁଗାଁ, ଶିରିଶି ଓ ତେଲିଗୁଡା ଅଞ୍ଚଳରେ ଅଛନ୍ତି ଏବଂ ଏହି ପାରମ୍ପରିକ ମଣ୍ଡେଇ ରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |