ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୩୦।୧: ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା। ଏନେଇ CT & GST ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।  ଟବାକୋ, ନିକୋଟିନ୍ ନଥିବାରୁ ବ୍ୟାନ୍ ହେବନି ପାନ ମସଲା। ହେଲେ କିଛିଦିନ ପୂର୍ବରୁ ରାଜ୍ୟରେ ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ସାମଗ୍ରୀ ବା ପାନମସଲା ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ୨୦୧୩ ରୁ ଗୁଟ୍‌ଖା ବ୍ୟାନ ପରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଥିଲେ। ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଥିଲେ।ଏସବୁ ସାମଗ୍ରୀର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ ବେଆଇନ ବୋଲି ଘୋଷଣା କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍ଖା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି । ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧ର ଧାରା ୨.୩.୪ ଅନୁଯାୟୀ ଜାରି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!