ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୪।୨ :ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିରକୁ ଗସ୍ତ କରିଛନ୍ତି। ମନ୍ତ୍ରୀ ମହୋଦୟ ବିଦ୍ୟାଳୟ ପରିସରରେ ପହଞ୍ଚି ଶିକ୍ଷାର ଗୁଣମାନ, ପାଠପଢ଼ା ପରିବେଶ ଏବଂ ଶିକ୍ଷକ-ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶିଶୁମାନଙ୍କୁ ଶିକ୍ଷା ସହିତ ସଂସ୍କାର, ଶୃଙ୍ଖଳା ଓ ନୀତିମୂଲ୍ୟର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଭଲ ଶିକ୍ଷା ମାଧ୍ୟମରେ ଶିଶୁମାନେ ଦେଶର ଭବିଷ୍ୟତ ଗଢ଼ିପାରିବେ। ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଗସ୍ତ ସମୟରେ ବିଡିଓ ସମୀର ପାତ୍ର, ତହସିଲଦାର ଗୀତା ମୁର୍ମୁ, ଶିକ୍ଷାଧିକାରୀ ରଶ୍ମିତା ନେତମ, ଡାବୁଗାଁ ବ୍ଲକ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ବିଜେପି ଜିଲ୍ଲା ସମ୍ପାଦକ ଜେ ରାଜ ଶେଖର ରାଓ, ମହେଶ ପାତ୍ର ସହ ଅନେକ ଜନପ୍ରତିନିଧି, ଅଭିଭାବକ ମାନେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଦରୀ, ଗୁରୁମା ଗୁରୁଜୀ ସହ ଛାତ୍ର ଛାତ୍ରୀମାନେ ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |