ରାଇଘର ବ୍ଲକର 3ଟି ଗ୍ରାମରେ ମଣ୍ଡେଇ ପାଇଁ ସଜବାଜ ହେଲେଣି ଜୁଆ ମାଫିଆ ମାନେ.. କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ଥାନୀୟ ପୋଲିସ ପ୍ରଶାସନ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୪।୨ :-ଆଜି ରାଇଘର ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମ ଯଥା ସର୍ଗୁଲୀ କୁରାବେଡ଼ା,ବୋରଗାଁ ଠାରେ ଆଦିବାସୀ ମଣ୍ଡେଇ ପର୍ବ ହେଉଛି ଏବଂ ଏଠାରେ ବଜାର ମଧ୍ୟ ବସିଛି ଏବଂ ରାତ୍ରିରେ ଆଦିବାସୀ ନାଟକ ମଧ୍ୟ ଆୟଜନ କରିଥିବା ଜଣା ପଡିଛି ସ୍ଥାନୀୟ କମିଟି ଭାଇ ମାନେ। ଏହି ଆଦିବାସୀ ମଣ୍ଡେଇ ରେ ନିରୀହ ଜନସାଧାରଣ ଙ୍କ ପଇସା ଆତ୍ମ ସାତ କରିବା ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ବ କରିଦେଲେଣି ଖୁଡ଼ ଖୁଡି ଏବଂ ଜୁଆ ମାଫିଆ ମାନେ। ସୂଚନା ଥାଉକି କୁନ୍ଦାଇ ଥାନାରୁ ଅଳ୍ପ ଦୂରରେ ବୋରଗାଁ ରହିଛି ଏବଂ ସେହିଭଳି ସର୍ଗୁଲୀ କୁରାବେଡ଼ା ରାଇଘର ଥାନାରୁ ମାତ୍ର 4/5 କିଲ ମିଟର ହେବ.. ତଥାପି ସ୍ଥାନୀୟ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ଏକ ପାଦରେ କହିବାକୁ ଗଲେ କୁମ୍ଭକର୍ଣ୍ଣ ନିଦ୍ରାରେ ସେଇଚି ସ୍ଥାନୀୟ ପୋଲିସ ପ୍ରଶାସନ ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ନିରୀହ ଆଦିବାସୀ ମାନଙ୍କ ମଙ୍ଗଳ ହୋଇ ପାରିଥାନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!