ଡାବୁଗାଁ ବ୍ଲକ ରାବଣାଗୁଡା ଠାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୧।୪:ଏପ୍ରିଲ ୧ ରୁ ଓଡ଼ିଶାରେ ଲାଗୁ ହୋଇଥିବା ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ବିଧିବଦ୍ଧ ଭାବେ ଡାବୁଗାଁ ରେ ଶୁଭାରମ୍ଭ ହୋଇ ଯାଇଛି। ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶୁଭାଶିଷ ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିବା ରେ ସହଯୋଗ କରିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ସାଂସଦ ଙ୍କ ତରଫରୁ ପ୍ରତିନିଧିତ୍ଵ କରିଥିବା ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ରାମାରାଓ ଚୌଧୁରୀ, ବରିଷ୍ଠ ବିଜେପି ନେତା ଜି କିରଣ କୁମାର, ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ସିଂ, ପ୍ରତାପ ଚନ୍ଦ୍ର ପଣ୍ଡା, ନିଧି ମାଝୀ, ଲକ୍ଷ୍ମୀ ବିଷୟୀ , ଜାଦବ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ର ମଧ୍ୟ ଶୁଭାରମ୍ଭ ହୋଇଛି। ଠିକ ସମୟରେ ଏଲ ଇ ଡି ମାଧ୍ୟମରେ ରାଜ୍ୟ ରୁ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ କୁ ବ୍ଲକ୍ ର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ବାସ୍ଥ୍ୟ କର୍ମୀ, ଆଶା ଦିଦି, ବରିଷ୍ଠ ନାଗରିକ, ସାମାଜିକ କାର୍ଯ୍ୟକର୍ତ୍ତା, ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଓ ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ର ରୁ ଉପସ୍ଥିତ ଥିବା ବ୍ୟକ୍ତିମାନେ ଶେଷ ପର୍ଯ୍ୟନ୍ତ ଦେଖି ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଓ ବିଜେପି ର ବରିଷ୍ଠ ନେତା ଓ ମନ୍ତ୍ରୀ ମାନଙ୍କ ଅଭିଭାଷଣ କୁ ଜନ ସାଧାରଣ ଏଲ ଇ ଡି ଜରୀଆରେ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ଶୋଭା ସ୍ଥଳ କରତାଳି ଧ୍ବନି ରେ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଅବସରରେ ଏହି ଯୋଜନାର ପ୍ରଚାର ପ୍ରସାର ପାଇଁ ଏକ ରଥ କୁ ଧ୍ଵଜା ଦେଖାଇ ଆରମ୍ଭ କରା ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!