ବଦ୍ରିନାଥ-କେଦାରନାଥରେ ପୂଜା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୧।୪:ଏପ୍ରିଲ ୩୦ରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହେବ। ଚଳିବର୍ଷ ମେ’ ୪ରେ ଖୋଲିବ ବଦ୍ରିନାଥ। ସେହିପରି ମେ’୨ରେ ଖୋଲିବ କେଦାରନାଥ।ଏହି ଦୁଇ ଧାମରେ ସ୍ୱତନ୍ତ୍ର ପୂଜା ଏବଂ ଅଭିଷେକ ପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଛି।ଏପ୍ରିଲ ୧୦ରୁ ଏହି ବୁକିଂ ଆରମ୍ଭ ହୋଇଛି। ମନ୍ଦିର କମିଟିର ଅଫିସିଆଲ୍ ୱେବସାଇଟ୍‌ରେ ପୂଜାର ଅନଲାଇନ୍ ବୁକିଂ କରାଯାଉଛି।ତୀର୍ଥଯାତ୍ରୀମାନେ ଜୁନ୍ ୩୦ ପର୍ଯ୍ୟନ୍ତ ମନ୍ଦିର କମିଟି ୱେବସାଇଟ୍‌ରୁ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀ କେଦାରନାଥ ଧାମରେ ଅନୁଷ୍ଠିତ ହେବାକୁ ଥିବା ସକାଳ ଓ ସନ୍ଧ୍ୟା ପୂଜା , ବିଶେଷ ପୂଜା ପାଇଁ ବୁକ୍ କରିପାରିବେ।ପୂଜା ପାଇଁ କୌଣସି ଶୁଳ୍କ ବୃଦ୍ଧି କରାଯାଇ ନାହିଁ । ବଦ୍ରିନାଥ ଏବଂ କେଦାରନାଥ ଧାମର ଅନଲାଇନ୍ ପୂଜା ପାଇଁ ସ୍ଥିର ଦର ମନ୍ଦିର କମିଟିର ୱେବସାଇଟରେ ଦେଖିପାରିବେ।କେଦାରନାଥ ଧାମରେ ସକାଳ ପୂଜାରେ କେବଳ ଷୋଡ଼ଶୋପଚାର ପୂଜା ୫ ଜଣଙ୍କ ପାଇଁ ୫୫୦୦ ଟଙ୍କାରେ ଉପଲବ୍ଧ। ଯେଉଁଥିରେ ଆଉ ଦୁଇ ଜଣଙ୍କୁ ମଧ୍ୟ ସାମିଲ କରାଯାଇପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!