ଟ୍ରକରୁ ଜବତ ହେଲା ୧୦ କ୍ୱିଣ୍ଟାଲ ଗଞ୍ଜେଇ

କୋରାପୁଟ,୧୨ା୪: ସକାଳୁ ସକାଳୁ ଗଞ୍ଜେଇ ଜବତ । କୋରାପୁଟରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ। ଯାଞ୍ଚ ସମୟରେ ଟ୍ରକରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୩ କୋଟିରୁ ଊର୍ଦ୍ଧ୍ୱ ହେବ । ତେବେ ବାହାର ରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୦ କୋଟି ହେବ ବୋଲି ଅନୁମାନ କରାଯାଉଛି ।ଏହାପରେ ପାଡୁଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ହିମାଂଗସୁ ବେନିଆ ଓ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଗଠନ ହୋଇ ପାଡୁଆ ରାସ୍ ଛକ ନିକଟରେ ନାକାବାନ୍ଧି କରି ଗାଡିମୋଟର ଯାଞ୍ଚ କରୁଥିଲେ । ଠିକ ସେତିକି ବେଳେ ବୁଡିଙ୍ଗ ଜଙ୍ଗଲ ଅଞ୍ଚଳରୁ ଏକ ଚାରା ବୋଝେଇ ଆଇଚର ଟ୍ରକ ଦ୍ରୁତଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!