ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା ,୧୨।୦୪ : ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର । ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌।ଦୁଇ ଅପରାଧୀଙ୍କୁ ପୋଲିସ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛି । ଯେଉଁଥିରେ ଦୁଇ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଶୁକ୍ରବାର ଦିନ ବେଲପାହାଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ଶେଖ୍‌ ଆସିଫ୍‌ ଓ ଅଭିଷେକ ବାରିକ । ଉଭୟଙ୍କୁ କୋର୍ଟ ଚାଲାଣ ବେଳେ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଆକଟ ପରେ ବି  ଅପରାଧୀମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଦୁଇ ଅପରାଧୀଙ୍କୁ ଗୁଳି ମାରିଥିଲା । ଯାହା ଅପରାଧୀଙ୍କ ଗୋଡ଼ରେ ବାଜିଛି । ଆଉ ଦୁଇ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିଲେ । ଏହାପରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!