ଆଜି ରାତିରେ ଆକାଶରେ ଦେଖାଯିବ ‘ପିଙ୍କ୍ ମୁନ୍’

ନୂଆଦିଲ୍ଲୀ,୧୨ା୪: ମହାକାଶ ସହ ଆକାଶରେ ଅନେକ ଅଦ୍ଭୂତ ଖଗୋଳୀୟ ଘଟଣା ଦେଖିବାକୁ ମିଳିଥାଏ । ଆଜି ଏପ୍ରିଲ୍ ୧୨ ଚୈତ୍ର ପୂର୍ଣ୍ଣିମାରେ ଆକାଶରେ ଦେଖାଯିବ ‘ପିଙ୍କ୍ ମୁନ୍’ ବା ‘ଗୋଲାପି ଜହ୍ନ’ । ଏହା ବର୍ଷର ସବୁଠୁ ସାନ ପୂର୍ଣ୍ଣିମା ହେବ । ତେଣୁ ବୈଜ୍ଞାନିକଙ୍କ ଭାଷାରେ ଏହାକୁ ମାଇକ୍ରୋମୁନ୍ କୁହାଯାଏ ।ଏପ୍ରିଲ୍ ମାସର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଉଥିବା ପୂର୍ଣ୍ଣ ଚନ୍ଦ୍ରକୁ ହିଁ ‘ପିଙ୍କ୍ ମୁନ୍’ ବୋଲି କୁହାଯାଏ । ଏହାକୁ ଦେଖିବାର ସବୁଠୁ ଉପଯୁକ୍ତ ସମୟ ହେଉଛି ଭୋର ୫ଟା । ତେବେ ଏହି ‘ପିଙ୍କ୍ ମୁନ୍’କୁ ନେଇ ଅନେକ ଭ୍ରାନ୍ତି ମଧ୍ୟ ରହିଛି । ଯେପରି କି ଏହି ସମୟରେ ଜହ୍ନର ରଙ୍ଗ ଗୋପାଲି ହେବ । କିନ୍ତୁ ବାସ୍ତାବର ତାହା ଘଟେ ନାହିଁ ।ଏହାର ନାଁ ‘ପିଙ୍କ୍‌ ମୁନ୍‌’ ହୋଇଥିଲେ ବି ଆକାଶରେ ଜହ୍ନଟି ଗୋଲାପି ଦିଶିବ ନାହିଁ । ଏକ ଗୋଲାପି ରଙ୍ଗର ଫୁଲରୁ ଏହି ନାମଟି ଆସିଛି । ଇଂଲଣ୍ଡ ଏବଂ କନାଡାରେ ଏକ ସୁନ୍ଦରିଆ ଜଙ୍ଗଲୀ ଗୋଲାପି ରଙ୍ଗର ଫୁଲଟି ବସନ୍ତ ଆରମ୍ଭରୁ ଫୁଟିଥାଏ । ପୂର୍ଣ୍ଣିମାର ଜହ୍ନ ମଧ୍ୟ ସେହି ସମୟରେ ଆକାଶରେ ଦେଖାଯାଉଥିବାରୁ ଏହାର ନାମ ‘ପିଙ୍କ୍‌ ମୁନ୍‌’ ରଖାଯାଇଛି ।ଉତ୍ତର ଆମେରିକର ଅଧିବାସୀ ଏପ୍ରିଲର ପୂର୍ଣ୍ଣଚନ୍ଦ୍ରକୁ ଏପରି ନାମକରଣ କରିବାର କାରଣ ହେଉଛି, ବସନ୍ତଋତୁର ଆଗମନରେ ‘ମସ୍‌ ଫ୍ଲକ୍ସ’ ନାମକ ଏକ ଲତାରେ ଗୋଲାପି ରଙ୍ଗର ଫୁଲ ଚାରିଆଡ଼େ ଦେଖାଯାଏ । ସେଥିପାଇଁ ଉତ୍ତର ଆମେରିକାର ବାସିନ୍ଦା ଏପ୍ରିଲ ମାସର ପୂର୍ଣ୍ଣଚନ୍ଦ୍ରକୁ ପିଙ୍କ୍ ମୁନ୍‌ ବା ଗୋଲାପି ଚନ୍ଦ୍ର ନାମକରଣ କରିଥିଲେ । ଯାହା ଏବେ ମଧ୍ୟ ଅନେକ ସ୍ଥାନରେ ପ୍ରଚଳିତ ହେଉଛି । ଏହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ । ତେଣୁ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ‘ପିଙ୍କ୍‌ ମୁନ୍‌ ’ ଏବଂ ରାତିରେ ଆକାଶ ଚମକିବାରେ କୌଣସି ସତ୍ୟତା ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!