୩୦ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର,୧୨।୪ : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, କାହ୍ନୁଚରଣ ଧୀର, ହରିଶ ଚନ୍ଦ୍ର ନାୟକ, ଅମ୍ବର କୁମାର କର, ବବିତା ମହାନ୍ତି, ପ୍ରଶାନ୍ତ କିଶୋର ମହାପାତ୍ର, ଶିବୋ ନାରାୟଣ ସାହୁ, ଅନୁଜ କୁମାର ଦାସ ପଟ୍ଟନାୟକ,ଏସ୍‌ କେ. ଜମିରୁଦ୍ଦିନ, ସୁରେନ୍ଦ୍ର କୁମାର ପଣ୍ଡା, ରାଜଶ୍ରୀ ସିଂହ, ଶୁଭ୍ରା ମହାନ୍ତି, ମନୋଜ କୁମାର ପାଢ଼ୀ, ସଂଘମିତ୍ରା ଶତପଥୀ, ବଳରାମ ମଲ୍ଲିକ, ହିମାଂଶୁ ଶେଖର ବେହେରା, ଲକ୍ଷ୍ମୀକାନ୍ତ ସେଠୀ, ଅକ୍ଷୟ କୁମାର ମଲ୍ଲିକ, ଦେବଦତ୍ତ ସୁରଞ୍ଜିତା ଜେନା, ଉଷାରାଣୀ ଦାସ, ଅଗସ୍ତୀ ପ୍ରଧାନ, ବୀରସେନ ପ୍ରଧାନ, ମିର୍ଦ୍ଧା ଟପୋ, ଘାସିରାମ ମୁର୍ମୁ, ସୁଧାକର ଶବରୋ, ଅସିତ କୁମାର ପଣ୍ଡା ଓ ସୁକାନ୍ତ କୁମାର ବେହେରାଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପରେ ପୁନଃ ଅବସ୍ଥାପିତ କରାଯାଇଛି।ସେହିପରି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ୨୯ ଜଣ ଯୁଗ୍ମସଚିବ ପାହ୍ୟାର ଓଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ସଚିବ(ଏସଏଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରେ ପର୍ଯ୍ୟଟନ ବିଭାଗ ଯୁଗ୍ମସଚିବ ରୁଦ୍ରନାରାୟଣ ଦାସ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲୀପ କୁମାର ମହାପାତ୍ର ଏବଂ ସିଡ଼ିଏ ସଚିବ ଡ. ଶ୍ୱେତ କୁମାର ଦାଶ ପ୍ରମୁଖ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!