ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ,୧୨।୪: ପାପଡା ହାଣ୍ଡି ବ୍ଳକ ର ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ପକନା ଗୁଡ଼ା ;ସରକାରୀ ପ୍ରାଥମିକ ବିଦ୍ୟାଳୟ , ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ସରପଞ୍ଚ ଟଙ୍କଧର ମାଝୀ , ସମ୍ମାନୀୟ ଅତିଥି ବିଦ୍ୟାଳୟ ସଭାପତି , ମୁଖ୍ୟ ବକ୍ତା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର , ସଭାପତି ଆସନ ପ୍ରଧାନ ଶିକ୍ଷକ ସୁରେଖା ବାଘ ସହ ବିଦ୍ୟାଳୟ ପରିଚ଼ାଳନା କମିଟି ସଭ୍ୟ ବୃନ୍ଦ ଓ ପିଲାମାନଙ୍କ ପିତାମାତା ଯୋଗଦାନ କରିଥିଲେ ।ଆଜିର କାଯ୍ୟକ୍ରମ ରେ ଶିକ୍ଷକ ଙ୍କ ଟି.ଏଲ. ଏମ. କାର୍ଯ୍ୟ,ବାର୍ଷିକ ଉତ୍ସବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରୁ ୩ ଟି ଲେଖାଏଁ ପିଲାଙ୍କୁ ଚ଼ୟନ କରାଯାଇ ଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ ପାଇଁ ଆକର୍ଷଣ ଢଙ୍ଗରେ ସୁନ୍ଦର ବାର୍ତ୍ତା ସହ ସହକାରୀ ଶିକ୍ଷୟିତ୍ରୀ ଶର୍ମିଷ୍ଠା ବଳିୟାର ସିଂ ମଞ୍ଚ ପରିଚାଳନା କରି ସମସ୍ତ ଙ୍କୁ ଖୁସି ଦେଇଥିଲେ ।ଆମ ସଂସ୍କୃତିର ଖେଳନା ସମୁହ ପ୍ରଦର୍ଶନ ରେ ମାଟି କଣ୍ଢେଇ ସମୁହ ପ୍ରଦର୍ଶନ ହୋଇଥିଲା।ପିଲା ମାନଙ୍କର ଆନନ୍ଦ ପାଇଁ ବିଭିନ୍ନ ପ୍ରକାର ମୁଖା ପିନ୍ଧି ଥିଲେ ବଉଳା ଗାଈର କାହାଣୀ ରେ ବାଘ ଓ ଗାଈ ଭୂମିକାରେ ପିଲା ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଲହରୀ ପାଇଁ ଶିକ୍ଷୟତ୍ରୀ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁସାଜିଥିଲେ ।ମୁଖ୍ୟବକ୍ତା ସି.ଆର. ସି.ସି. ବାବୁଲାଲ ବାର୍ଷିକ ଉତ୍ସବ ରେ ରାଷ୍ଟ୍ରପତି ଜୀବନ,ପ୍ରଧାନ ମନ୍ତ୍ରୀ ଜୀବନର ସଂଘର୍ଷ ର ସଫଳତା ମଣିଷ ହୋଇ ଥିବା ର ବାର୍ତ୍ତା ସହ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଇ ବାପାମାଆ ମାନଙ୍କୁ ନିଆରା ପିଲାଟିଏ ଗଠନ ହେବାକୁ ପ୍ରେରଣା ବାର୍ତ୍ତା ଦେଇଥିଲେ।ବାର ମାସରେ ତେର ପର୍ବ ଆମ ସଂସ୍କୃତି ପାଇଁ ଓ ଜୀବନ ପାଇଁ ନିରୋଗ ରହିବା ଓ ଧାର୍ମିକ ଜୀବନ ଯାପନ ଶୈଳୀ ବାବଦରେ ଆଲୋକ ପାତ ସହ ବିଭିନ୍ନ ସମୟରେ ଲକ୍ଷ୍ମୀପୂଜା,ଝିଅ ମାନଂକ ଜହ୍ନିଉଷା, ଦୁର୍ଗା ପୂଜା, କାର୍ତ୍ତିକ ମାସରେ ତୁଳସୀ ବୃକ୍ଷ ପୂଜନ ଓ ଡଙ୍ଗା ଭସାଣ କାର୍ଯ୍ୟ ବାବଦରେ ଆଲୋକ ପାତ କରିଥିଲେ ।ସି.ଆର .ସି.ସି .ବାବୁଲାଲ ଆମ ସଂସ୍କୃତି ଓ ଆମ ପରମ୍ପରା ବାବଦରେ ଆଲୋକପାତ କରିଵା ସହ ବାର୍ଷିକ ଉତ୍ସବ ରେ ପିଲା ମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଛାତ୍ରଛାତ୍ରୀ,ପିତାମାତା ଓ ଅଭିଭାବକ ର ସହଯୋଗ ପାଇଁ ମତ ଦେଇଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ବାଘ ପିଲା ମାନଙ୍କର ସାମଗ୍ରିକ ଭାବେ ସଫଳତା ଲାଭ ପାଇଁ ଶିକ୍ଷାଦାନ ରେ ଗ୍ରାମବାସୀ ସହଯୋଗ କୁ ଭୂରୀୟସୀ ପ୍ରଶଂସା କରିଥିଲେ।ପିତାମାତା ,ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି , ୱାର୍ଡ ମେମ୍ବର ଯୋଗଦାନ କରିଥିଲେ। ଶେଷ ରେ ପିଲା ମାନଙ୍କ ତରଫରୁ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ।ମଞ୍ଚ ପରିଚାଳନା କରି ସମସ୍ତ ଭିତରେ ଶିକ୍ଷା କୁ ପ୍ରତିଟି ଲୋକ ଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଥିବା , ସମସ୍ତଙ୍କ ପ୍ରିୟ ଶିକ୍ଷୟିତ୍ରୀ ଶମିଷ୍ଠା ବଳିୟାର ସିଂହ ଉପସ୍ଥିତ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା ରିଥିଲେ । ରିପୋଟ ,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |