ଭୁବନେଶ୍ୱର,୧୨।୪: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ରାଜ୍ୟରେ ୱକ୍ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ ବିଜେଡି ଚର୍ଚ୍ଚାରେ ଏଣ୍ଟ୍ରି ମାରିଛନ୍ତି ଭାଜପାର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର। ଗୋଟିଏ ହୁଇସିଲ ଫୁଙ୍କିଲେ ବିଜେଡି ଦଳ ଭାଙ୍ଗିଯିବ ବୋଲି ଶନିବାର ଜୟନାରାୟଣ ଏକ ବଡ଼ ବୟାନ ଦେଇଛନ୍ତି। ଏପରିକି ଜୟନାରାୟଣ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି।ଜୟନାରାୟଣ ପୁଣି କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ଫଳରେ ସେମାନେ ତାଙ୍କ ନାଁରେ କହୁଛନ୍ତି। ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ୍ ହେବେ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ।ତାଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି, ତଥାପି ବୁଦ୍ଧି ଉଦୟ ହେଉ ନାହିଁ। ବହୁତ ଦିନର ସଞ୍ଚିତ କ୍ରୋଧ ବିଦ୍ରୋହର ରୂପ ଧାରଣ କରିବ। ରାଜ୍ୟସଭାରେ ଦେଖିଲେ, ବିଧାନସଭାରେ ବି ବିଜେଡି ବିଧାୟକ କ’ଣ କରୁଛନ୍ତି। ବିଜେଡି ଲୋପ ପାଇବା ଭାଜପାରର ଇଚ୍ଛାଧୀନ ବିଷୟ। ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି, ଆଗକୁ ଅନେକ କିଛି ଘଟିବ ବୋଲି ଜୟନାରାୟଣ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |