ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୨।୪: ହଠାତ୍ ବଦଳିଗଲା ପାଗ। ଘୋଟି ଆସିଲା କଳାହାଣ୍ଡିଆ ମେଘ। କଳାହାଣ୍ଡିଆ ମେଘରେ ଘୋଡ଼ାଇ ହୋଇଗଲା ଆକାଶ। ବହିବାକୁ ଲାଗିଲା ପବନ। ଚାରିଆଡେ ହୋଇଗଲା ଅନ୍ଧକାର।ରାଜଧାନୀ ଭୁବନେଶ୍ୱର କଳାହାଣ୍ଡିଆ ମେଘରେ ହୋଇଗଲା ଅନ୍ଧାର। କିଛି ସମୟ ପୂର୍ବରୁ ପ୍ରଚଣ୍ଡ ଖରାରେ ସିଝୁଥିଲା। ଆଉ ଏବେ କୁଆପଥର ବର୍ଷା ସାଙ୍ଗକୁ ପବନ, ଘଡ଼ଘଡ଼ି ଆରମ୍ଭ ହୋଇଗଲା।ରିଆଡ ଅନ୍ଧାର ଘୋଟିଯିବା ସହ କୁଆପଥର ସାଙ୍ଗରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । କିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇଯାଇଥିଲା ରାଜଧାନୀର ଜୀବନ ଯାତ୍ରା। ଏହି ବର୍ଷା ସହ ପାଗ ଥଣ୍ଡା ହୋଇଯାଇଛି। ତାତିରୁ ତ୍ରାହି ପାଇଛନ୍ତି ଭୁବନେଶ୍ବରବାସୀ।ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁଆପଥର ସହ କାଳବୈଶାଖୀ ପ୍ରଭାବରେ ବର୍ଷା ହେଇଛି। ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲା ଆର. ଉଦୟଗିରିରେ ସର୍ବାଧିକ ୨୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜିର ସବୁଠାରୁ ଉତପ୍ତ ଜିଲ୍ଲା ଥିଲା ବଲାଙ୍ଗିର । ଏଠାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ପୂର୍ବରୁ କାଳବୈଶାଖୀ ବର୍ଷା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ୪ରୁ୫ ଦିନ କାଳବୈଶାଖୀ ବର୍ଷା ସହ ପବନ, ଘ଼ଡ଼ଘଡ଼ି ସହ କୁଆପଥର ମାଡ଼ ହେବା ନେଇ ଆକଳନ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!