ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୭।୫:-ଡାବୁଗାଁ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାନ ଜନନାୟକ ତଥା ପ୍ରବାଦ ପିରୁଷ ବିଜୁ ବାବୁଙ୍କ ୨୮ତମ ତିରୋଧାନ ଦିବସ ବା ଶ୍ରାଦ୍ଧ ଦିବସ ପାଳିତ ହେଲା। ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମର ମିଶ୍ରଙ୍କ ଅଧକ୍ଷତାର ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକ ଦିବସରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ନୂତନ ବିଜେଡି ସଭାପତି ମୋନହର ରନ୍ଧାରୀ ଯୋଗଦେଇଥିଲେ। ଏଭଳି ସନ୍ନମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ ମତିରାମ ନାୟକ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମାଧ୍ୟ୍ୟରେ କୋଷଗୁମଡା ବିଜେଡି ବ୍ଲକ ସଭାପତି ବଦ୍ରି ନାରାୟଣ ସିଂ, ଡାବୁଗାଁ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ,ଡାବୁଗାଁ ବ୍ଲକ ଉପାଧ୍ୟକ୍ଷା ସଦାନନ୍ଦ ନାୟକ, ବରିଷ୍ଟ ବିଜେଡି ନେତା ଆପା ରାଓ, କୋଷାଗୁମଡା ବ୍ଲକ ଅଧକ୍ଷା ସର୍ବେଶ୍ୱରୀ ମାଝୀ, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ,ପାପଡାହାଣ୍ଡି ବିଧାୟକ ପ୍ରତିନିଧି ସହ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନଟି ବ୍ଲକ ଯଥା ଡାବୁଗାଁ, ପାପଡାହାଣ୍ଡି ଓ କୋଷଗୁମଡା ଅଂଚଳର ବରିଷ୍ଠ ନେତା ମାନେ ଉପସ୍ଥିତି ଥିଲେ। ଆଜିର ଏହି ଶ୍ରାଦ୍ଧ ଦିବସ ଅବସରେ ନିଶ୍ୱତି ନିଆ ଗଲା ଯଥାଶୀଘ୍ର ଡାବୁଗାଁ ଠାରେ ବିଜୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଏବଂ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନୂତନ ଜିଲ୍ଲା ସଭାପତି ମୋନହର ରନ୍ଦାରିଙ୍କ ନେତୃତ୍ୱରେ କିଭଳି ବିଜେଡି ଭଲ ପ୍ରଦର୍ଶନ କରିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |