ନୂଆଦିଲ୍ଲୀ,୧୭।୫: ସୁପ୍ରିମକୋର୍ଟ ଓ୍ୱକ୍ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ଏହି ନିଷ୍ପତ୍ତି ଅନୁସାରେ, ଓ୍ୱାକ୍ଫ ସଂଶୋଧନ ସମ୍ପର୍କିତ ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ।ୱକ୍ଫ (ସଂଶୋଧନ) ବିଲ୍ ଗତ ଅଧିବେଶନରେ ସଂସଦରେ ପାରିତ ହୋଇଥିଲା। ଓ୍ବାକଫ୍ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସାତ ଦିନ ସମୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ସ୍ଥିତାବସ୍ଥା ବଜାୟ ରହିବ। ମେ’ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ଏହି ବିଲ୍ରେ ୱକ୍ଫ ସମ୍ପତ୍ତିର ପରିଚାଳନା, ନିୟନ୍ତ୍ରଣ ଏବଂ ପରିଦର୍ଶନ ସମ୍ପର୍କିତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ରହିଛି। ତେବେ, ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଦେଖାଦେଇଛି। ବିଶେଷ କରି ମୁସଲମାନ ସଂଗଠନ ଏବଂ ରାଜନୈତିକ ଦଳମାନେ ଏହି ବିଲ୍ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ଏବଂ ସମ୍ପତ୍ତି ଅଧିକାର ଉପରେ ଆଘାତ ହେବ ବୋଲି ଅଭିଯୋଗ କରିଛନ୍ତି।ସୁପ୍ରିମକୋର୍ଟରେ ଏହି ବିଲ୍ ବିରୋଧରେ ଅନେକ ଜନସ୍ୱାର୍ଥ ମାମଲା (PIL) ଦାଖଲ ହୋଇଥିଲା, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଏହି ବିଲ୍ ସମ୍ବିଧାନର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଆବେଦନକାରୀଙ୍କ ମତରେ, ଏହି ସଂଶୋଧନ ମାଧ୍ୟମରେ ସରକାର ୱକ୍ଫ ସମ୍ପତ୍ତି ଉପରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି, ଯାହା ଧାର୍ମିକ ସ୍ୱାଧୀନତାର ଅଧିକାରକୁ ପ୍ରଭାବିତ କରିପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |