ନୂଆଦିଲ୍ଲୀ,୧୯ା୪:ଦିଲ୍ଲୀରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ୪ ମହଲା କୋଠା ଭୁଶୁଡ଼ି ପଡିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳୁ ଏ ପର୍ଯ୍ୟନ୍ତ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଗ୍ନାବଶେଷ ତଳେ ଏବେ ବି ୧୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ୍ ସମୟରେ କୋଠା ଭୁଶୁଡିବାର ସୂଚନା ମିଳିଥିଲା । କୋଠାର ଭଗ୍ନାବଶେଷ ତଳୁ ଅତିକମରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦିଲ୍ଲୀ ପୋଲିସ ମଧ୍ୟ ସେଠାରେ ପହଞ୍ଚିଛି । ତେବେ କୋଠାଟି କିପରି ଭୁଶୁଡିଲା ତାହାର ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।ଗତ ସପ୍ତାହରେ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ପୃଥକ ଘଟଣାରେ ଏକ କୋଠା ଭୁଶୁଡ଼ିବା ଏବଂ ଏକ କାନ୍ଥ ଭୁଶୁଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ତିନି ଜଣ ଆହତ ହୋଇଥିଲେ।ଦିଲ୍ଲୀର ମଧୁ ବିହାରରେ ଏକ କୋଠାର ଷଷ୍ଠ ମହଲାରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜ୬୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |