କଟକରେ ୱାକଫ୍ ବିରୋଧରେ ମୁସଲମାନଙ୍କ ପଦଯାତ୍ରା

କଟକ,୧୯ା୪: ୱକଫ୍ ଆଇନକୁ ବିରୋଧ କରି କଟକରେ ପଦଯାତ୍ରା । ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଏ ପଦଯାତ୍ରା ହୋଇଥିବା ସୂଚନା ।ଗାନ୍ଧି ଭବନରୁ ଜିଲ୍ଲାପାଳ ଅଫିସ ଯାଏଁ ପଦଯାତ୍ରା କରାଯିବା ନେଇ ଖବର ପ୍ରକାଶ ପାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ୱକଫ୍ ସଂଶୋଧନ ବିଲକୁ ଦେଶବ୍ୟାପୀ ମୁସଲମାନ ସମ୍ପ୍ରଦାୟ ବିରୋଧ କରୁଛନ୍ତି । ଏହାକୁ ନେଇ ଅନେକ ସ୍ଥାନରେ ଦଙ୍ଗା ମଧ୍ୟ ଦେଖିବାକୁ ମିଳିଛି ।କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପଦଯାତ୍ରା କରୁଥିବାବେଳେ ଏହା ଶାନ୍ତିପୂର୍ଣ୍ଣ ପଦଯାତ୍ରା ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!