ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)୧୯।୪ :ପାପଡାହାଣ୍ଡି ଠାରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ କର୍ମି ସମ୍ମିଳନୀ ଅନୁଷ୍ଠିତ। ଆଜି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡି ସଦର ମହକୁମା ସ୍ଥିତ ନୀଳକଣ୍ଠେଶ୍ଵର ଶିବମନ୍ଦିର ନିକଟରେ ବିଜେପିର ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ମାନଂକୁ ନେଇ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହେଲା। ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାଶ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ରାଜ୍ୟ ସଂପାଦକ ରମେଶ ଚନ୍ଦ୍ର ସାହୁ, ସୋମନାଥ ପୂଜାରୀ ଓ ରାଜେନ୍ଦ୍ର କିଶୋର ମଞ୍ଚାସିନ ଥିଲେ।ଏବଂ ଡାବୁଗାଁ ନିର୍ବାଚନ ମଣ୍ଡଳୀର ଅନେକ ବିଜେପି କର୍ମି ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ କୁ ଦୂଷ୍ଟି ରେ ରଖି ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |