ଭୁବନେଶ୍ବର୧୯।୪: ନବମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନବମ ଇନିଂସ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନେତା ଓ କର୍ମୀ ।ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |