ଭୁବନେଶ୍ୱର,୧୯।୪:ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ। ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ।ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍ ଏରିଆ।କଟକ ଓ ଭୁବନେଶ୍ୱର ଟ୍ୱିନ ସିଟିରେ ନୂଆ ଆଇଟି ପାର୍କ ତିଆରି ହେବ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ ଆଣ୍ଡ୍ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ ନିର୍ମାଣ କରାଯିବ ବୋଲି ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୫ ବର୍ଷରେ ସଡ଼କ ନିର୍ମାଣରେ ୨ ଲକ୍ଷ ୩୦ ହଜାର କୋଟି ଖର୍ଚ୍ଚ ହେବ। ରାଜ୍ୟର ୫ ବଡ଼ ସହର ସମେତ ୧୧ ସହରରେ ରିଙ୍ଗରୋଡ୍ ତିଆରି ହେବ। ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ଗ୍ରୀନ ଫିଲ୍ଡ କରିଡର ନିର୍ମାଣ କରାଯିବ। ୫ ବର୍ଷରେ ରାଜ୍ୟରେ ୧୫ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |