ପୁରୀ ,୨୦।୦୪ : ଶ୍ରୀମନ୍ଦିରରେ ଚଳିତ ୨୧ ତାରିଖ ସୋମବାର ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ ତାରିଖ ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତି ସମୟରେ ଦର୍ଶନ କଟକଣା ରହିବ । ତେବେ ଏନେଇ ଦର୍ଶନ କଟକଣା କରାଯାଇଛି ।ଦ୍ବିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ନୀତି କରାଯିବ । ତେବେ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ନେଇ କୁହାଯାଇଛି । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଉଥିବା ନେଇ ସେବାୟତମାନେ କହିଛନ୍ତି ।ଅନ୍ୟପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ଆସନ୍ତା 21ରୁ 24 ତାରିଖ 4 ଦିନ ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କମ୍ ସମୟ ବ୍ୟବଧାନରେ ମହାପ୍ରଭୁଙ୍କ ପଇତାଲାଗି, ରାମାଭିଷେକ ଏବଂ ବନକଲାଗି ନୀତି ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |