ମୁମ୍ୱାଇ ୨୧/୦୪: ଘୋଷଣା ହୋଇଛି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)୨୦୨୪-୨୫ ବର୍ଷ ପାଇଁ ପୁରୁଷ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି। ଏହି ତାଲିକାକୁ ଶ୍ରେୟସ ଆୟର ଏବଂ ଇଶାନ କିଶାନ ପୁଣି ଫେରିଥିବା ବେଳେ ଅନେକ ଯୁବ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି।ନୂଆ ଲିଷ୍ଟରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବଡ଼ କଥା ହେଉଛି ଏଥର ବିସିସିଆଇ ତାଲିକାକୁ ଫେରିଛନ୍ତି ଇଶାନ କିଶନ ଓ ଶ୍ରେୟସ ଆୟର । ଦୀର୍ଘଦିନ ପରେ ଟିମ୍କୁ ଫେରିବାର ଚାନ୍ସ ମିଳିଛି । ତେବେ ଅନେକ ଖେଳାଳି ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଚୁକ୍ତିନାମାରେ ସ୍ଥାନ ପାଇଛନ୍ତି। ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ । ବିସିସିଆଇର କଣ୍ଟ୍ରାକ୍ଟ ଲିଷ୍ଟରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ ବିସିସିଆଇ ବାର୍ଷିକ ଏକ ରାଶି ପ୍ରଦାନ କରିବ। A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ମିଳିବାକୁ ଥିବାବେଳେ, A ଗ୍ରେଡ୍ ୱାନରେ ୫ କୋଟି ଟଙ୍କା ମିଳିବ । ସେହିଭଳି ବି ଗ୍ରେଡ୍ ଖେଳାଳିମାନେ ୩ କୋଟି ଟଙ୍କା ପାଇବେ ଓ C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |